fbpx

ନିଲମ୍ବିତ ହେଲେ ୪ ଅଗ୍ନିଶମ କର୍ମଚାରୀ, ଲାଞ୍ଚ ମାଗି ପଡ଼ିଲେ ହରଡ଼ଘଣାରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶହରାରେ ଚାନ୍ଦା ମାଗି ଫସିଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ । ଏମାନେ ସମସ୍ତେ ବ୍ରହ୍ମପୁରରେ କାର୍ଯ୍ୟରତ ଥିଲେ । ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଏହି ଅଧିକାରମାନଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି । ଏମାନେ ପୂଜାରେ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ଆସିଥିଲା । ତେବେ ଏହି ଘଟଣାର ଜଣେ ଆସିଷ୍ଟାଣ୍ଟ ଫାୟାର ଅଫିସର (ଏଏଏଫଓ)ଙ୍କୁ ମଧ୍ୟ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ୨ ଜଣ ଆଗ୍ନିକ ଓ ୨ ଜଣ ହାବିଲଦାର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ରରେ ଓ ଅନ୍ୟ ଜଣେ ଏମକେସିଜି ମେଡିକାଲ ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ତେବେ କେଉଁ ପ୍ରତିଷ୍ଠାନରୁ ସେମାନେ କେତେ ଟଙ୍କା ଆଦାୟ କରିଛନ୍ତି, ତାହାର ସବିଶେଷ ତଥ୍ୟ ଆଦାୟ କରାଯିବ । ଏହି ଘଟଣାରେ ଜଣେ ଡ୍ରାଇଭର, ଜଣେ ମୁଖ୍ୟ ଆଗ୍ନିକ, ଦୁଇଜଣ ଆଗ୍ନିକ ଓ ଆସିଷ୍ଟାଣ୍ଟ ଫାୟାର ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

Get real time updates directly on you device, subscribe now.