fbpx

ଆସନ୍ତା ନଭେମ୍ବରରେ ପ୍ରଦାନ କରାଯିବ ପଦ୍ମ ପୁରସ୍କାର, ଓଡ଼ିଶାରୁ ପାଇବେ ଏତିକି ଜଣ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ୨୦୨୦ ଓ ୨୦୨୧ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ କରିବେ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି । ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ୨୦୨୦ ଓ ୨୦୨୧ ପଦ୍ମ ପୁରସ୍କାର ବିତରଣ କରାଯାଇ ପାରିନଥିଲା । ୨୦୨୦ ପାଇଁ ୧୦ ଜଣ ଓ ୨୦୨୧ ପାଇଁ ୬ ଜଣ ଓଡ଼ିଆଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

ଚଳିତ ବର୍ଷ ଜାନୁଆରୀ ୨୫ରେ ୨୦୨୧ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପୁରସ୍କାର ହେଉଛି ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ । ଏହି ସମ୍ମାନ ଲାଗି ମନୋନୀତ ବ୍ୟକ୍ତିଙ୍କ ନାମ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥାଏ ।

Get real time updates directly on you device, subscribe now.