fbpx

ଏମ୍‌ସିସି ଆଜୀବନ ସଦସ୍ୟ ହେଲେ ଜଭାଗଲ ଶ୍ରୀନାଥ ଓ ହରଭଜନ ସିଂ

ଲଣ୍ଡନ: ଭାରତର ପୂର୍ବତନ କ୍ରିକେଟର ତଥା ପେସ୍‌ ବୋଲର ଜଭାଗଲ ଶ୍ରୀନାଥ ଓ ସ୍ପିନର ହରଭଜନ ସିଂ ଇଂଲଣ୍ଡର ମେରିଲବୋନ କ୍ରିକେଟ କ୍ଳବ(ଏମସିସି)ର ଲାଇଫ ଟାଇମ୍ ସଦସ୍ୟ ହୋଇଛନ୍ତି । ଚଳିତ ବର୍ଷ ୧୮ ଜଣ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଭାରତୀୟ ଭାବେ ଶ୍ରୀନାଥ ଓ ହରଭଜନ ଆଜୀବନ ସଦସ୍ୟ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରୁ ୪ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଥିବା ବେଳେ ୱେଷ୍ଟଇଣ୍ଡିଜରୁ ୩ ଜଣ, ଅଷ୍ଟେଲିଆରୁ ୨ ଜଣ ଏବଂ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଜିମ୍ବାୱେରୁ ଜଣେ ଲେଖାଏଁ ଖେଳାଳିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସୂଚନା ଯୋଗ୍ୟ ଯେ କ୍ରିକେଟର ତତ୍ତ୍ୱାବଧାରକ ଭାବେ ପରିଚିତ ଏମସିସିର ସଦସ୍ୟ ହୋଇ ଥିବା ଶ୍ରୀନାଥ ବର୍ତ୍ତମାନ ଆଇସିସିର ଏଲିଟ ପ୍ୟାନେଲ ମ୍ୟାଚ ରେଫରି ଥିବା ବେଳେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୨୩୬ ଓ ଦିନିକିଆରେ ୩୧୫ ୱିକେଟ ଅକ୍ତିଆର କରିଥିଲେ । ସେହିପରି ହରଭଜନ ୧୦୩ ଟେଷ୍ଟ ଖେଳି ୪୧୭ ଓ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ମୋଟ ୭୦୦ ୱିକେଟ ହାସଲ କରିଛନ୍ତି । ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଟେଷ୍ଟ ଖେଳୁଥିବା ୧୨ ଦେଶର ସୁନାମ ଧନ୍ୟ ଖେଳାଳିଙ୍କୁ ଏମସିସିର ଲାଇଫ ସଦସ୍ୟ ଭାବେ ଗ୍ରହଣ କରା ଯାଇଛି ।

Get real time updates directly on you device, subscribe now.