fbpx
BSKY
BJD SHG SKY
BJD MC SKY

SSB ପକ୍ଷରୁ ବାହାରିଲା ୪୦୦ ପଦବୀ, ଆସନ୍ତାକାଲି ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସଶସ୍ତ୍ର ସୀମା ବଳ (ଏସଏସବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ । କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ପାଇଁ ଏହି ବିଜ୍ଞାପନ ବାହାରିଛି । ଅକ୍ଟୋବର ୩ ତାରିଖରେ ଏହି ନିଯୁକ୍ତି ବିଜ୍ଞାପନ ବାହାରିଥିଲା । ତେଣୁ ଏହାର ୩୦ ଦିନ ମଧ୍ୟରେ ଅର୍ଥାତ ନଭେମ୍ବର ୩ ତାରିଖ ସୁଦ୍ଧା ଏଥିରେ ଆବେଦନ କରିବାକୁ ପଡ଼ିବ ।

ଏହି ବିଜ୍ଞାପନରେ ମୋଟ ୩୯୯ଟି ପଦବୀ ବାହାରିଥିବା ବେଳେ ପ୍ରାର୍ଥୀଙ୍କର ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସରକାରୀ ନିୟମ ଅନୁଯାୟୀ ବୟସ କୋହଳ କରାଯିବ । ଦଶମ ପାସ୍ କରିଥିଲେ ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ । ୟୁଆର / ଇଡବ୍ଲ୍ୟୁଏସ / ଓବିସି ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଫିସ୍ ଦେବାକୁ ପଡ଼ିବ । ଏସସି / ଏସଟି / ଏକ୍ସ- ସର୍ଭିସମ୍ୟାନ / ମହିଳା ପ୍ରାର୍ଥୀଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-SSB-Constable-GD-Posts.pdf

ଅଫିସିଆଲ ୱେବସାଇଟ୍: www.ssbrectt.gov.in

Get real time updates directly on you device, subscribe now.