fbpx

କୋହଲିଙ୍କ ଧୁଆଁଧାର ଅର୍ଦ୍ଧଶତକ, ବାଂଲାଦେଶ ଆଗରେ ବିଜୟ ଲକ୍ଷ୍ୟ ୧୮୫

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ସୁପର ୧୨ ମ୍ୟାଚ୍‌ରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଚାଲିଛି। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଆଗରେ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭାରତ ପାଇଁ ପୁଣି ଥରେ ବିରାଟ କୋହଲି ତ୍ରାଣକର୍ତ୍ତା ସାଜିଛନ୍ତି। ବିରାଟଙ୍କ ଧୁଆଁଧାର ଅର୍ଦ୍ଧଶତକ ବଳରେ ଭାରତ ଏତେ ବଡ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସଫଳ ହୋଇଛି।

ଭାରତ ପାଇଁ କେ.ଏଲ୍ ରାହୁଲ ୫୦ ଏବଂ ସୂର୍ଯ୍ୟକୁମାର ଯାଦବ ୩୦ ରନ୍‌ର ଯୋଗଦାନ କରିଥିଲେ। ବିରାଟ୍ ତାଙ୍କ ଇନିଂସରେ ୪୪ ବଲ୍ ଖେଳି ୬୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ୮ ଚୌକା ଏବଂ ଗୋଟିଏ ଛକା ସାମିଲ। ବିରାଟ ଶେଷ ଓଭରରେ ନିଜର ଷ୍ଟ୍ରାଇକ୍ ରେଟ୍ ଦ୍ରୁତ ଗତିରେ ବଢାଇଥିଲ। ଆଜିର ଅର୍ଦ୍ଧଶତକୀୟ ଇନିଂସ ପରେ ବିରାଟ୍ କୋହଲି ଚଳିତ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ବିରାଟ୍ ଚାରି ମ୍ୟାଚ୍‌ରେ ୨୨୦ ରନ୍ ସ୍କୋର୍ କରିଛନ୍ତି।

Get real time updates directly on you device, subscribe now.