ଆନନ୍ଦପୁର: ବିଷାକ୍ତ ସାପ କାମୁଡ଼ାରେ ମାଆ ପୁଅଙ୍କର ଚାଲିଗଲା ଜୀବନ। ଘଷିପୁରା ବ୍ଲକ ରାଧିକାଦେଇପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ରାତିରେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ମାଆ ଏବଂ ପୁଅକୁ କାମୁଡ଼ିଦେଇଥିଲା। ମୃତ ପୁଅର ବୟସ ୮ରୁ ୧୦ ବର୍ଷ ବୋଲି ସୂଚନା ମିଳିଛି।
ଏମିତି ଆଉ ଏକ ଘଟଣା ଦିଗପହଣ୍ଡିରେ ଘଟିଛି। ଏଠାରେ ସାପ କାମୁଡ଼ାରେ ମାଈଁ ଏବଂ ନାବଳିକା ଭାଣେଜୀର ମୃତ୍ୟୁ ଘଟିଛି। ପାତ୍ର ବ୍ଲକ ଦୁର୍ଗମ ବୁରାତାଲ ପଞ୍ଚାୟତ ବିଲୁଗାଁରେ ଏହି ଅଘଟଣ ଘଟିଛି।
ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ହସ୍ପିଟାଲ ନେବା ପାଇଁ ପ୍ରସ୍ତୁତି ବେଳେ ଉଭୟଙ୍କର ମୃତ୍ୟୁ ଘଟିଥିଲା।