fbpx

ଗୋଟିଏ ପରିବାରର ୪ ଜଣଙ୍କର ହତ୍ୟା, ଶୋଇଥିବା ବେଳେ ଗଳା କାଟିଦେଲା ହତ୍ୟାକାରୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ଗଦଗ ସହରରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଗଳାକାଟି ହତ୍ୟା କରାଯାଇଛି । କୁହାଯାଉଛି ଯେ, ଯେତେବେଳେ ସମସ୍ତେ ଶୋଇଥିଲେ ହତ୍ୟାକାରୀ ସେହି ସମୟରେ ସମସ୍ତଙ୍କ ଗଳାକାଟି ହତ୍ୟା କରିଛି । ଏହାପରେ ସେଠାରୁ ସେ ପଳାୟନ କରିଛି । ପୋଲିସ ମାମଲାରେ ତଦନ୍ତ ଚଳାଇଛି ।

ଗଦଗ ସହରର ଦଶହରା ଗଳିରେ ପରିବାରର ଚାରିଜଣ ସଦସ୍ୟଙ୍କୁ ଛୁରୀରେ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରୁ କାର୍ତ୍ତିକ ବକାଲେ(୨୭), ପର୍ଶୁରାମ ହାଦିମାନୀ(୫୫), ତାଙ୍କ ସ୍ତ୍ରୀ ଲଷ୍ମୀ ହାଦିମାନୀ (୪୫) ଏବଂ ଝିଅ ଆକାଂକ୍ଷା ହାଦିମାନୀ(୧୬) ସାମିଲ ଅଛନ୍ତି । ହତ୍ୟାକାରୀ ସେତେବେଳେ ଯାଇ ।ାକ୍ରମଣ କରିଛି, ଯେତେବେଳେ ପରିବାର ସଦସ୍ୟ ନିଦରେ ଶୋଇଥିଲେ । ପୋଲିସ ମାମଲାର ସିସିଟିଭି କ୍ୟାମେରା ଏବଂ ଆଖପାଖ ଲୋକଙ୍କୁ ପଚରାଉଚରା କରୁଛି ।

Get real time updates directly on you device, subscribe now.