fbpx

ପ୍ରଥମ ପର୍ଯ୍ୟାୟରେ ହିଁ ନିର୍ବାଚନୀ ହିଂସା: ବୁଥ ଏଜେଣ୍ଟଙ୍କୁ ଆକ୍ରମଣ, ପଥରମାଡ଼

କୋଲକାତା: ଆଜି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଜାରି ରହିଛି । ଭୋଟିଂରେ ସମସ୍ତ ଲୋକସଭା ଆସନ ବ୍ୟସ୍ତ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବୁଥ ଏଜେଣ୍ଟଙ୍କ ଉପରେ ଆକ୍ରମଣ ହୋଇଛି । ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର ସମର୍ଥକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଛି । ଏଠାରେ ଦେଶୀ ବୋମାରେ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଚାନ୍ଦମାରୀ ଗ୍ରାମରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ନିର୍ବାଚନୀ ହିଂସା ଦେଖାଯାଇଛି । ଟିଏମସି ଏବଂ ବିଜେପି ଉଭୟ ଦଳ ପରସ୍ପର ଉପରେ ଭୋଟରଙ୍କୁ ଧମକାଇବା ନେଇ ଆରୋପ ଲଗାଇଛନ୍ତି । ଭୋଟରମାନଙ୍କୁ ମତଦାନ କେନ୍ଦ୍ରକୁ ଯିବା ବାଟରେ ରୋକିବା ସହ ବୁଥ୍ ଏଜେଣ୍ଟମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ଦଳର କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ପଥରମାଡ଼ ହୋଇଛି । ତେବେ ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି । ଦିନହାଟା ବ୍ଲକର ଭେଟାଗୁଡ଼ିରେ ଏହି ହିଂସା ହୋଇଥିବା ବେଳେ ଏଥିରେ ଦେଶୀ ବୋମାରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ । ଫଳରେ ବ୍ଲକ ଅଧ୍ୟକ୍ଷ ଅନନ୍ତ ପର୍ମନ ଆହତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, କୁଚବିହାରର ତୋଫାନଗଞ୍ଜ ଏବଂ ଜଲପାଇଗୁଡ଼ିରେ ଡାବଗ୍ରାମ-ଫୁଲବାଡ଼ି ଭଳି ଅଞ୍ଚଳରେ ରାଜନୈତିକ ଦଳମାନଙ୍କର ଅସ୍ଥାୟୀ ନିର୍ବାଚୟ କାର୍ଯ୍ୟାଳୟଗୁଡ଼ିକରେ ନିଅାଁ ଲଗାଇ ଦିଆଯାଇଛି । ଜିଲ୍ଲାରେ ମୋଟ ୨୦୪୩ ମତଦାନ କେନ୍ଦ୍ର ରହିଥିବା ବେଳେ ଏଥିରୁ ପ୍ରାୟ ୧୯୬ଟି କେନ୍ଦ୍ର ସମ୍ବେଦନଶୀଳ ତାଲିକାରେ ସାମିଲ ରହିଛି । ପୂର୍ବରୁ ମଧ୍ୟ ଅେଅନକ ଥର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ୨୦୨୧ ମସିହା ଏପ୍ରିଲ ୨୧ ତାରିଖରେ ଏଠାରେ ବିଧାନସଭା ନିର୍ବାଚନ ସମୟରେ ଭୋଟରଙ୍କ ସହ ୫ ଜଣ ଲୋକଙ୍କୁ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.