fbpx
BSKY SKY
BSKY SKY

ମିଳିଲା ନେପାଳ ବିମାନର ଭଗ୍ନାବଶେଷ: ନିଖୋଜ ୪ ଯାତ୍ରୀ ଓଡ଼ିଶାର

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନେପାଳର ନିଖୋଜ ବିମାନର ଭଗ୍ନାବଶେଷ ମିଳିଛି । ମୋଟ ୨୨ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ନେପାଳର ପୋଖରାରୁ ଜୋମସୋମ୍ ଅଭିମୁଖେ ଯାଉଥିଲା । ତେବେ ବିମାନରେ ୪ ଜଣ ଭାରତୀୟ, ଦୁଇଜଣ ଜର୍ମାନ ଓ ୧୬ ଜଣ ନେପାଳୀ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି ।

ତେବେ ସତ୍ୟ ରିପୋର୍ଟ ମୁତାବକ, ନିଖୋଜ ଥିବା ୪ ଜଣ ଭାରତୀୟ ଯାତ୍ରୀ ହେଉଛନ୍ତି ଓଡ଼ିଶାର । ସେମାନଙ୍କ ନାମ ହେଉଛି ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀ । ସମସ୍ତ ପରିବାର ସଦସ୍ୟ ନେପାଳ ବୁଲିବାକୁ ଯାଇଥିଲେ । ଭୁବନେଶ୍ୱରର ଜୟଦେବ ବିହାରରେ ରହୁଥିବା ଅଶୋକ ତ୍ରିପାଠୀ ତାଙ୍କ ପରିବାରକୁ ନେଇ ନେପାଳ ବୁଲିବାକୁ ଯାଇଥିଲେ ।

ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ନେପାଳ ସେନା ହେଲିକପ୍ଟର ଯାଞ୍ଚ ଚଳାଇଥିବା ଜଣାପଡ଼ିଛି । ତେବେ ନେପାଳ କୋୱାଙ୍ଗରୁ ନିଖୋଜ ବିମାନର ଭଗ୍ନାବଶେଷ ମିଳିଛି । ସମସ୍ତ ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଖବର ପାଇ ଦୁର୍ଘଟଣାସ୍ଥଳରେ ନେପାଳର ସ୍ଥଳସେନା ଓ ବାୟୁସେନା ତଲାସି ଅଭିଯାନ ଚଳାଇଛନ୍ତି । ବିମାନଟି ଆଜି ସକାଳ ୯ଟା ୫୫ ମିନିଟରେ ଯାତ୍ରା ଆରମ୍ଭ କରିବାର ଅଳ୍ପ ସମୟ ପରେ ରାଡାରରୁ ହଠାତ୍ ଅଦୃଶ୍ୟ ହୋଇଯାଇଥିଲା । ଫଳରେ ଉକ୍ତ ବିମାନର ସନ୍ଧାନ ପାଇଁ ଅନ୍ୟ ଏକ ବିମାନକୁ ପଠାଯାଇଥିଲା । ମାତ୍ର ନିଖୋଜ ବିମାନ ସହ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା ।

Get real time updates directly on you device, subscribe now.