Breaking: ପ୍ରଭାତି ପରିଡାଙ୍କ ବଡ ଘୋଷଣା, 15 ପରେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା
15 ତାରିଖ ପରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ସୁଭଦ୍ରା ଟଙ୍କା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଜାନୁଆରୀ 15ତାରିଖ ପରେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯାୟ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ସର୍ଭେ ଅବଧିଙ୍କୁ ମଧ୍ୟ ବୃଦ୍ଧି କରାଯାଇଥିବା କଥା ସୂଚନା ଦେଇଛନ୍ତି ।
ସର୍ଭେ ଅବଧି ଡିସେମ୍ବର 30 ପରିବର୍ତ୍ତେ ଜାନୁଆରୀ 15କୁ ବୃଦ୍ଧି ପାଇଛି । ଜମି 5 ଏକର ରହିଛି କି ନାହିଁ ସେନେଇ ସେନେଇ ସର୍ଭେ ଜାନୁଆରୀ 15 ତାରିଖ ସୁଦ୍ଧା ସରିବ । ମାର୍ଚ୍ଚ 30 ତାରିଖରେ ଆବେଦନ କରିଥିଲେ ବି ଏକାଥରେ 2 କିସ୍ତି ମିଳିବ ।
ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କଲା ଯାଏଁ ପଞ୍ଜିକରଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ମାର୍ଚ୍ଚ 8 ପ୍ରଥମ କିସ୍ତି ଟଙ୍କା ମିଳିବାର ଶେଷ ତାରିଖ ରହିଥିଲା । କିନ୍ତୁ ଏହି ତାରିଖକୁ ପୁଣି ବୃଦ୍ଧି କରାଯାଇଛି ।