fbpx

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

ନୂଆଦିଲ୍ଲୀ: ଆଜିଠାରୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍ । ଅଗଷ୍ଟ ୨୬, ୨୭, ୩୧ ଓ ସେପ୍ଟେମ୍ବର ୧ ଓ ୨ ତାରିଖରେ ସାରା ଦେଶରେ ଅନୁଷ୍ଠିତ ହେବ ଏହି ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦେଶର ୩୩୪ଟି ସହରରେ ପରୀକ୍ଷା ପରିଚାଳନା କରୁଛି । କୋଭିଡ ଗାଇଡଲାଇନ୍ ମଧ୍ୟରେ ଦେଶର ପ୍ରାୟ ୭ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ ।

ସେହିପରି ଓଡ଼ିଶାରୁ ପ୍ରାୟ ଲକ୍ଷେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଚଳିତବର୍ଷ ୪ଟି ପର୍ଯ୍ୟାୟରେ ଏହି ଜେଇଇ ମେନ୍ ଅନୁଷ୍ଠିତ ହେଉଛି । ୪ଟି ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଗ୍ରହଣ କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.