fbpx

୨୭ରୁ ଏସ୍‌ସିବିରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା

କଟକ (ଭାସ୍କର ନ୍ୟୁଜ୍‌): ବହୁ ପ୍ରତୀକ୍ଷିତ ଇକ୍‌ମୋ ଚିକିତ୍ସା ସେବା ଆସନ୍ତା ୨୭ ତାରିଖରୁ କଟକ ଏସ୍‌ସିବିରେ ଆରମ୍ଭ ହେବ  । ଏସ୍‌ସିବିରେ ସମୁଦାୟ ୯ଟି ଇକ୍‌ମୋ ମେସିନ୍‌ ରହିବ । ପୂର୍ବ ଭାରତରେ ଏହା ସବୁଠୁ ବଡ଼ ୟୁନିଟ୍‌ ହେବ । ମଙ୍ଗଳବାର ଏନେଇ ଏସ୍‌ସିବି ମେଡିକାଲରେ ସମୀକ୍ଷା କରାଯାଇଥିଲା ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

ସେହିପରି ରାଜ୍ୟରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଡିଏମ୍‌ଇଟି କହିଛନ୍ତି ଯେ, ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳି ନହୋଇପାରେ । ଯଦି ଭାଇରସ୍‌ ରୂପ ବଦଳାଏ ତା’ହେଲେ ପ୍ରଭାବ ଅଧିକ ରହିବ । ଯଦି ରୂପ ନବଦଳାଏ ତାହେଲେ ଏତେ ପ୍ରଭାବ ରହିବ ନାହିଁ ।

ସୂଚନା ମୁତାକିକ, ଏସ୍‌ସିବି କାର୍ଡିଲୋଜି ବିଲ୍‌ଡିଂରେ ତଳ ମହଲା ୩ ଓ ଉପର ମହଲାରେ ୬ଟି ଇକ୍‌ମୋ ମେସିନ୍ ସ୍ଥାପନ କରାଯାଇଥିବା ବେଳେ ସମସ୍ତ ମେସିନ୍ ହୃଦ୍ବବକ୍ଷଶଲ୍ୟ ବିଭା ଅଧୀନରେ ରହିବ। ୯ଟି ମେସିନିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଅଧିକ ଲୋକଙ୍କର କୋଭିଡରୁ ଭଲ ହେବା ପରେ ଇକମୋ ମେସିନର ଆବଶ୍ୟକ ପଡୁଛି । ସେଥିପାଇଁ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ୍ କରାଯିବ ଓ ସଂକ୍ରମିତଙ୍କ ପାଇଁ ଛୋଟ ୟୁନିଟ୍ କରାଯିବ । କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି ୬ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି ୩ଟି ମେସିନ ବ୍ୟବହାର କରାଯିବ। ଏଥି ସହିତ ଇକ୍‌ମେ ପରିଚାଳନା ପାଇଁ ୧୫ ଜଣିଆ ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତ କରଯାଇଛି। ସମସ୍ତ କର୍ମଚାରୀ କୋଲ୍‌କାତାର ମେଡିଆର ହସ୍ପିଟାଲରେ ପରଫ୍ୟୁଜିଅନ୍‌ନିଷ୍ଟ ବା ରକ୍ତ ସଂଚାଳନ ଇକ୍‌ମୋ ଚିକିତ୍ସା ତାଲିମ ନେଇ ପେରିଛନ୍ତି।

Get real time updates directly on you device, subscribe now.