fbpx

ରାଜ୍ୟରେ ଆଉ ୬ ମାସ ମିଳିବ ଅତିରିକ୍ତ ମାଗଣା ଚାଉଳ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରେଲରୁ ସେପ୍ଟେମ୍ବର ମାସ ଯାଏଁ ଅତିରିକ୍ତ ୫ କେଜି ମାଗଣା ଚାଉଳ ମିଳିବ । ହିତାଧିକାରୀଙ୍କୁ ପ୍ରତିମାସରେ ଅତିରିକ୍ତ ୫ କେଜି ଚାଉଳ ମାଗଣା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଯୋଗୁଁ ରାଜ୍ୟରେ ପ୍ରାୟ ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ ହେବେ । ମାଗଣା ଅତିରିକ୍ତ ଚାଉଳ ଯୋଗୁଁ ପ୍ରାୟ ୯୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି ।

Get real time updates directly on you device, subscribe now.