fbpx

ମାନସ ହତ୍ୟା ମାମଲା: ଚାନ୍ଦବାଲିରେ ଡେମୋ ଦେଖାଇଲେ ଶର୍ମିଷ୍ଠା, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପଳାସରପୁରରେ ଶେଷ ହୋଇଛି କ୍ରାଇମ ସିନ ରିକ୍ରିଏସନ୍ । ଅଳ୍ପ ସମୟରେ ସିନ୍ ରିକ୍ରିଏସନ୍ ସାରି ଫେରିଆସିଛି କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ଧରି ସେଠାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସଂ ସେଠାକୁ ଯାଇଥିବା ଅଭିଯୁକ୍ତମାନେ ହେଉଛନ୍ତି-ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ । ଲୋକଙ୍କୁ ଭିଡ ଯୋଗୁଁ ଅଳ୍ପ ସମୟରେ ସରିଗଲା କ୍ରାଇମ ସିନ୍ ରିକ୍ରିଏସନ୍ ।

ତେବେ କ୍ରାଇମ ସିନ୍ ରିକ୍ରିଏସନ୍ ପାଇଁ ଶର୍ମିଷ୍ଠାଙ୍କୁ ନେଇ ପଳାସପୁର ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଅନ୍ୟପଟେ ଶର୍ମିଷ୍ଠାଙ୍କୁ ବିଭିନ୍ନ ସ୍ପଟକୁ ନିଆଯିବା ନେଇ ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସେ କହିଛନ୍ତି ଯେ, ‘ଶର୍ମିଷ୍ଠାଙ୍କୁ କ୍ରାଇମ ସିନ୍ ରିକ୍ରିଏସନ୍ ପାଇଁ ନିଆଯାଇଛି, ଯେଉଁଠାରେ କ୍ରାଇମ ସିନ୍ ରିକ୍ରିଏସନ୍ କରାଯିବ । ଶର୍ମିଷ୍ଠାଙ୍କୁ ଚାନ୍ଦବାଲି, ଭୁବନେଶ୍ୱର ଦୟାଲ ଆଶ୍ରମ, ନୟାଗଡ଼ର ଶବ ପୋତାଯାଇଥିବା ସ୍ଥାନକୁ ମଧ୍ୟ ନିଆଯିବ ।’

Get real time updates directly on you device, subscribe now.