fbpx
BJD SKY
BJD SKY

IRCTC ଆଣିଲା ନୂଆ ପ୍ଲାନ୍: ଏଣିକି ଟ୍ରେନ୍ ଯାତ୍ରୀଙ୍କ ଖାଇବା ପିଇବା ମାଗଣା

BJD

ନୂଆଦିଲ୍ଲୀ: କୋଟି କୋଟି ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଏଣିକି ଟ୍ରେନ ଯାତ୍ରୀଙ୍କୁ ମାଗଣାରେ ଖାଇବା ପିଇବା ସୁବିଧା ମିଳିବ । ଏଥିପାଇଁ ଆପଣଙ୍କୁ କୌଣସି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଇଣ୍ଡିଆ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏପରି ଏକ ନୂଆ ପ୍ଲାନ ଅଣାଯାଇଛି ।

ଟ୍ରେନ ଯାତ୍ରା ସମୟରେ ଏଣିକି କୋଟି କୋଟି ଯାତ୍ରୀ ଆଇଆରସିଟିସିର ଏହି ଫାଇଦା ଉଠାଇ ପାରିବେ । ଟ୍ରେନ ଯାତ୍ରା ସମୟରେ ଆପଣଙ୍କୁ ଖାଇବା ପାଇଁ ଆଉ ପୂର୍ବ ପରି ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ତେବେ ଇଣ୍ଡିଆନ ରେଲୱେର ଏପରି କିଛି ନିୟମ ବିଷୟରେ ଅଧିକାଂଶ ଲୋକ ଅଜ୍ଞାତ ଥାଆନ୍ତି । ତେଣୁ ସେମାନେ ଏପରି ଖାସ୍ ସୁବିଧାର ଫାଇଦା ଉଠାଇ ପାରନ୍ତି ନାହିଁ ।

ଟ୍ରେନରେ ଯାତ୍ରା ସମୟରେ ଆପଣଙ୍କୁ ଖାଇବା ସହିତ କୋଲ ଡ୍ରିଙ୍କ ଓ ପାଣି ପାଇଁ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ତେବେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଟ୍ରେନ ବିଳମ୍ବରେ ଚାଲୁଥିବ । ଇଣ୍ଡିଆନ ରେଲୱେ ମୁତାବକ, ଟ୍ରେନ ଲେଟ୍ ହେଲେ ଆଇଆରସିଟିସିର କ୍ୟାଟେରିଂ ପଲିସୀ ଅନୁଯାୟୀ ଯାତ୍ରୀଙ୍କୁ ଟିଫିନ୍ ଓ ହାଲୁକା ଭୋଜନ ଦିଆଯିବ । ଏହି ସୁବିଧା ଏକ୍ସପ୍ରେସ୍ ଟ୍ରେନର ଦିଆଯାଇଥାଏ । ଯଦି ଆପଣଙ୍କର ଟ୍ରେନ ୨ ଘଣ୍ଟା ବା ତା’ଠାରୁ ଅଧିକ ସମୟ ବିଳମ୍ବ ହେବେ ତେବେ ଆପଣ ଏହିସବୁ ସୁବିଧା ପାଇପାରିବେ ।

Get real time updates directly on you device, subscribe now.