fbpx

ଆସନ୍ତା ୬ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ! ଜାଣନ୍ତୁ ଏନେଇ କ’ଣ କହିଲେ କେନ୍ଦ୍ର ଖାଦ୍ୟ ସେକ୍ରେଟାରୀ

ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକଙ୍କୁ କେନ୍ଦ୍ର ସରକାର ଏକ ଖୁସି ଖବର ଦେଇ ପାରନ୍ତି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ମାଗଣା ରାସନ ସାମଗ୍ରୀ ମିଳିପାରେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଲାଭାର୍ଥୀଙ୍କ ପାଇଁ ଏହି ଅବଧି ଆସନ୍ତା ୬ ପାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେଣୁ ଜନସାଧାରଣ ସରକାରଙ୍କ ଘୋଷଣାକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

ଏକ ମିଡ଼ିଆ ରିପୋର୍ଟ ମୁତାବକ, କେନ୍ଦ୍ର ସରକାରଙ୍କ ବର୍ତ୍ତମାନ ଗରିବଙ୍କୁ ମାଗଣରେ ୫ କେଜି ଶସ୍ୟ ପ୍ରଦାନ କରୁଛନ୍ତି । ତେବେ ସରକାର ଏହି ଯୋଜନାର ସମୟସୀମା ସମୟସୀମା ଆଉ ୩ରୁ ୬ ମାସ ବୃଦ୍ଧି କରିପାରନ୍ତି । ମାତ୍ର ଏଥିପାଇଁ କେନ୍ଦ୍ର ସରକାରଙ୍କୁ ୮୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ପିଏମଜିକେୱାଇ ଯୋଜନାର ସମୟସୀମା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରହିଛି ।

ଏନେଇ ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, କେନ୍ଦ୍ର ସରକାର ସେପ୍ଟେମ୍ବର ୩୦ ପରେ ଆଗକୁ ଫ୍ରି ରାସନ ଦେଇପାରନ୍ତି । ଏନେଇ ସରକାରଙ୍କ ପକ୍ଷରୁ ବିଚାରବିମର୍ଶ ଚାଲିଛି । ଏନେଇ ଖୁବଶୀଘ୍ର ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ତେବେ ଏହି ନିଷ୍ପତ୍ତି କେବେ ଚୂଡ଼ାନ୍ତ ହେବ ସେନେଇ କିଛି ଅଫିସିଆଲ ସୂଚନା ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମାର୍ଚ୍ଚରେ ସରକାର ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ । ଏହି ସ୍କିମରେ ଦେଶର ପାଖାପାଖି ୮୦ କୋଟି ଲୋକଙ୍କୁ ଫ୍ରି ରାସନ ପ୍ରଦାନ କରାଯାଇଥିଲା । ଏବେ ପ୍ରତ୍ୟେକ ମାସରେ ଲୋକଙ୍କୁ ୫ କେଜି ଫ୍ରି ରାସନ ଦିଆଯାଉଛି । ପୂର୍ବରୁ ସରକାର ଏହି ଯୋଜନାର ଅବଧିକୁ ବୃଦ୍ଧି କରିଥିଲେ ।

Get real time updates directly on you device, subscribe now.