fbpx

ଆପଣ ବି ଲାଇଫରେ ସିଙ୍ଗଲ ଅଛନ୍ତି କି? ଜାଣନ୍ତୁ କାହିଁକି କରାଯାଏ “ନ୍ୟାସନାଲ ସିଙ୍ଗଲ ଡେ” ପାଳନ …

ନୂଆଦିଲ୍ଲୀ: କୁହାଯାଏ ପ୍ରତ୍ୟେକ ମଣିଷଙ୍କୁ କେବେ ନା କେବେ ବୈବାହିକ ସମ୍ପର୍କରେ ବାନ୍ଧି ହେବାକୁ ପଡ଼େ | କାରଣ ଶାସ୍ତ୍ର ଅନୁଯାୟୀ, ବିବାହ ବନ୍ଧନରେ ଆବଦ୍ଧ ହେବାପରେ ହିଁ ମଣିଷ ଦାମ୍ପତ୍ୟ ସୁଖ ଭୋଗ କରିବା ସହିତ ନିଜର ନୂତନ ପିଢ଼ିକୁ ଦୁନିଆକୁ ଆଣିଥାଏ | କିନ୍ତୁ ଆଜିକାଲିର ଯୁବପିଢ଼ି ବିବାହ ଆଦି ସମ୍ପର୍କ ଠାରୁ ବେଶୀ ମାତ୍ରାରେ ଦୂରେଇ ରହୁଛନ୍ତି | ତେବେ ଆପଣ ବି ଯଦି ଏହିଭଳି ସିଙ୍ଗଲ ଲାଇଫ ପସନ୍ଦ କରୁଛନ୍ତି | ତେବେ ଆପଣ ବି “ନ୍ୟାସନାଲ ସିଙ୍ଗଲ ଡେ” ର ଦିନକୁ କିଛି ଅଲଗା ଅନ୍ଦାଜରେ ପାଳନ କରିପାରିବେ | ଏହି ଦିନ ମୁଖ୍ୟତଃ ଜୀବନରେ ସିଙ୍ଗଲ ହୋଇ ରହିବାକୁ ପସନ୍ଦ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ପାଳନ କରାଯାଇଥାଏ |

୧୧ ନଭେମ୍ବରରେ ଚାଇନାରେ ସିଙ୍ଗଲ ଡେ ପାଳନ ଆରମ୍ଭ ହୋଇଥିଲା | ପ୍ରାରମ୍ଭରେ ଏହା ଚାଇନାରେ ପାଳନ କରାଯାଇଥିଲା ଏବଂ ଚାଇନାର ଲୋକମାନେ ଏହାକୁ ୧୧ ନଭେମ୍ବରରେ ପାଳନ କରିଥିଲେ | କିନ୍ତୁ ପରେ ଏହାକୁ ୨୪ ସେପ୍ଟେମ୍ବରରେ ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ କରାଯାଇଥିଲା। ଅନେକ ଦେଶରେ, ପ୍ରତିବର୍ଷ ସେପ୍ଟେମ୍ବରର ଶେଷ ଶନିବାରରେ ହିଁ “ନ୍ୟାସନାଲ ସିଙ୍ଗଲ ଡେ” ପାଳନ କରାଯାଏ | ଯଦି ଆପଣ ମଧ୍ୟ ସିଙ୍ଗଲ ଅଛନ୍ତି ଏବଂ ଏହି ଦିନଟିକୁ ପାଳନ କରିବାକୁ ଚାହୁଁଛନ୍ତି | ତେବେ ଆପଣ ସାଙ୍ଗ ମାନଙ୍କ ସହିତ ବାହାରକୁ ବୁଲାବୁଲି କରିବା ପାଇଁ ଯାଇପାରିବେ | ଏହି ଦିନ ଆପଣ ନିଜ ଘରେ ନିଜ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଏହି ଦିନ ପାଳନ କରିପାରିବେ | ଏହା ବ୍ୟତୀତ ଆପଣ ନିଜର ପସନ୍ଦ ମୁତାବକ କାମ କରି ଏହି ଦିନଟିକୁ ସେଲିବ୍ରେଟ କରିପାରିବେ |

ମୁଖ୍ୟତଃ ଦୁନିଆରେ ଏକୁଟିଆ ବଞ୍ଚିବାର ରାସ୍ତା ବାଛିଥିବା ମଣିଷଙ୍କୁ ସମାଜ ଠାରୁ ଅନେକ କିଛି ନିନ୍ଦା ଅପବାଦ ଶୁଣିବାକୁ ପଡିଥାଏ | କିନ୍ତୁ ଜୀବନରେ ସିଙ୍ଗଲ ରହିବା ଆପଣଙ୍କ ନିଜ ମତ ଏବଂ ଇଚ୍ଛା ହେବା ଦରକାର | ଏବଂ ସମାଜର ସବୁ ନିନ୍ଦା ଅପବାଦକୁ ପାଶୋରି ଜୀବନରେ ଆଗକୁ ବଢିବା ଶିଖିବା ଦରକାର | ତେବେ ହିଁ ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରିବେ |

Get real time updates directly on you device, subscribe now.