fbpx

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ: ସମସ୍ତ ଜିଲ୍ଲାପାଳ, ଏସପି, ସିଡିଏମଙ୍କୁ ଚିଠି, ନିର୍ଦ୍ଦେଶନାମା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଶାରୀରିକ ଭାବେ ଆକ୍ରମଣ କରାଯାଉଛି । ନିକଟରେ ରାଜ୍ୟର ଅନେକ ସ୍ଥାନରୁ ଏଭଳି ଅଭିଯୋଗ ସବୁ ଆସୁଛି । ତେବେ ଡାକ୍ତରଙ୍କ ଉପରେ ହିଂସାତ୍ମକ କାର୍ଯ୍ୟକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି ।

ରାଜ୍ୟର ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଡାକ୍ତର ଓ ଅନ୍ୟ ଷ୍ଟାଫଙ୍କ ଉପରେ ବର୍ବରତାର ଚିତ୍ର ଦେଖିବାକୁ ମିଳୁଛି । ତେଣୁ ଏନେଇ ରାଜ୍ୟର ସମସ୍ତ କଲେକ୍ଟର, ଏସପି, ସମସ୍ତ ସିଡିଏମ ଓ ପିଏଚଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ଏନେଇ କିଛି ନିୟମାବଳୀ ଜାରି କରାଯାଇଛି ।

ହସ୍ପିଟାଲ ନିକଟରେ ସିସିଟିଭି ଲାଗିବ । ବାହାର ଲୋକଙ୍କ ପାଇଁ ପାସ୍ ବ୍ୟବସ୍ଥା କରାଯିବ । ପ୍ରତି ରୋଗୀଙ୍କ ପାଇଁ ଦୁଇଟି ଏଣ୍ଟ୍ରି ପାସ ବ୍ୟବସ୍ଥା କରାଯିବ । ଏହାର ଦାୟିତ୍ୱରେ ରହିବେ ସିକ୍ୟୁରିଟି ଗାର୍ଡ । ହସ୍ପିଟାଲର ସମସ୍ତ ରେଗୁଲାର ଓ ଠିକା କର୍ମଚାରୀଙ୍କ ଆଇଡି କାର୍ଡ ରହିବ । ସାଧାରଣ ଲୋକ ଓ ଯାନବାହନ ଉପରେ କଡ଼ା ନଜର ରଖାଯିବ । ମେଡିକାଲ ସମ୍ମୁଖରେ ମେଡିକାଲ ନିୟମ ସମ୍ବନ୍ଧୀୟ ସାଇନ୍ ବୋର୍ଡ ଲାଗିବ । ମେଡିକାଲ ପରିସରରେ କୌଣସି ଅସାମାଜିକ କାର୍ଯ୍ୟ ଘଟିଲେ ଏସପିମାନେ ସଙ୍ଗେସଙ୍ଗେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Get real time updates directly on you device, subscribe now.