fbpx
BJD
BJD SKY
BJD SKY

ବନ୍ୟା ବିପନ୍ନ ମହିଳାଙ୍କୁ ମିଳିବ ଫ୍ରୀ ସାନିଟାରୀ ପ୍ୟାଡ୍: ସରକାରଙ୍କ ଘୋଷଣା

BJD

ଭୁବନେଶ୍ୱର: ରାଜ୍ୟରେ ଏବେ ବି ବନ୍ୟା ସ୍ଥିତି ବଜାୟ ରହିଛି । ଏହାରି ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ସରକାର । ଏଣିକି ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣା ସାନିଟାରୀ ପ୍ୟାଡ ବାଣ୍ଟିବେ ସରକାର । ମାଗଣା ସାନିଟାରୀ ପ୍ୟାଡ ବାଣ୍ଟିବା ଚିଠି ଲେଖିଛନ୍ତି ଏସଆରସି । ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳଙ୍କୁ ଚିଠି ଏନେଇ ଜଣାଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ବନ୍ୟାଞ୍ଚଳ ମହିଳାଙ୍କ ସମସ୍ୟାକୁ ନେଇ ଖବର ପ୍ରସାରଣ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ସାଂଘାତିକ ରୂପ ଧାରଣ କରିଥିବା ବେଳେ ପୁଣି ୨୩ ତାରିଖରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଜାରି ରହିବ ।

୨୩ ତାରିଖରେ ବର୍ଷା ପାଇଁ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଳା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୫ ତାରିଖରେ ବଜ୍ରପାତ ସହିତ ବର୍ଷା ନେଇ ୧୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.