fbpx

ରିଲିଆନ୍ସ ଗ୍ରୁପ କର୍ମଚାରୀ ଓ ପରିବାରଙ୍କୁ ମାଗଣା ଟିକା

ଇନଫୋସିସ୍, ଆକ୍ସେଞ୍ଚର୍, TCS ପରେ ଏବେ ଦେଶର ମେଗା କର୍ପୋରେଟ ହାଉସ୍ ରିଲିଆନ୍ସ କମ୍ପାନୀ ନିଜ କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ଟିକା ଖର୍ଚ୍ଚ ବହନ କରିବ । ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ନିର୍ଦ୍ଦେଶକ ନୀତା ଅମ୍ବାନୀ କମ୍ପାନୀର ଯେଉଁ କର୍ମଚାରୀ ମାନେ ଟିକା ନେବାକୁ ଚାହୁଁଛନ୍ତି ସେମାନେ ଓ ତାଙ୍କ ପରବାର ଲୋକେ ସରକାରଙ୍କ ପୋର୍ଟାଲରେ ପଞ୍ଜିକରଣ କରିବାକୁ କହିଛନ୍ତି । ରିଲିଆନ୍ସ ଫେମିଲି ଡେ’ ଅବସରରେ ନୀତା ଅମ୍ବାନୀ ଓ ରିଲିଆନ୍ସ ମାଲିକ ମୁକେଶ ଅମ୍ବାନୀ କୋଭିଡ୍ ଟିକାକୁ ମଞ୍ଜୁରୀ ମିଳିବା ପରେ କମ୍ପାନୀ ତରଫରୁ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରାଇବେ ବୋଲି କହିଥିଲେ ।

ସୂତ୍ର ହିସାବରେ ରିଲିଆନ୍ସ ଗ୍ରୁପର ପାଖା ପାଖି ୧୨.୨ ଲକ୍ଷ ଲୋକ( କର୍ମଚାରୀ ଓ ପରିବାର ସଦସ୍ୟଙ୍କ) ଟିକାକରଣ ଖର୍ଚ୍ଚ ଉଠାଇବ ।

Get real time updates directly on you device, subscribe now.