ମୟୁରଭଞ୍ଜ: ଦେହରେ ଚର୍ମ ଥୁଡୁଥୁଡୁ । ବାହୁ ର ହାଡ଼ ଦେଖା ଗଲାଣି । ଆଖିକୁ ଚଷମା ନ ହେଲେ ଆଉ ଠିକରେ ଦେଖା ଯାଉନାହିଁ । ହେଲେ ମନରେ ଦମ୍ଭ ଅନେକ । ସେହି ଠାଣି ସେହି ଗର୍ଜନ । ଧଳା ଧୋତି କୂର୍ତ୍ତା ଓ ଜ୍ୟାକେଟ । ବେକରେ ଧଳା ଗାମୁଛା ଓ ଗାନ୍ଧୀ ଘଣ୍ଟା ସହ ହାତରେ ବଙ୍କୁଲି ବାଡ଼ି । ସେ ହେଉଛନ୍ତି ଓଡ଼ିଶାର ବହୁ ପରିଚିତ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ବିଶ୍ଵାଳ । ପରିବାରରେ ପୁଅ ବୋହୂ ନାତି ନାତୁଣୀ ସମସ୍ତଙ୍କ ଉପସ୍ଥିତିରେ କେକ୍ କାଟି ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ।
୧୯୨୪ ମସିହା ନଭେମ୍ବର ୨୭ରେ ବାଲେଶ୍ଵର ନିଳଗିରିର ସଜନାଗଡ଼ରେ ଜନ୍ମଗ୍ରହଣ କରିଥିଲେ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ବିଶ୍ଵାଳ । ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ସ୍ୱାଧୀନତା ସଂଗ୍ରାମୀ ରେ ଯୋଗ ଦେଇଥିଲେ ଆଉ ସେଇଠୁ ଆରମ୍ଭ ହୋଇଥିଲା ଦେଶ ସ୍ୱାଧୀନ କରିବାର ତାଙ୍କ ଇଛାଶକ୍ତି । ବାଞ୍ଛାନିଧି ଙ୍କୁ ଯେତେବେଳେ ୨୨ ବର୍ଷ ସେତେବେଳେ ଦେଶ ସ୍ୱାଧୀନ ହୋଇଥିଲା ।
ଇଂରେଜଙ୍କୁ ଦେଇଥିଲୋ ଲାଞ୍ଚ:
ଇଂରେଜମାନଙ୍କ ବିରୋଧ ରେ ସେ ଗାଁ ଗାଁ ବୁଲି ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲେ । , ଇଂରେଜ ହାତରେ ଧରାପଡ଼ି ଜେଲ୍ ମଧ୍ୟ ଯାଇଥିଲେ ବାଞ୍ଛାନିଧି । ସେତେବେଳ ଯୁଗରେ ୧୬ ଟଙ୍କା ଇଂରେଜ ସରକାରରଙ୍କୁ ଜରିମାନା ଦେଇ ଜେଲରୁ ମୁକୁଳି ଥିଲେ ।
ନିର୍ବାଚନରେ ଏଜେଣ୍ଟ ଦାୟିତ୍ୱ ତୁଲାଇଥିଲେ:
ବାଞ୍ଛାନିଧି ଭାରତ ସ୍ୱାଧୀନ ହେବା ପରେ ପ୍ରଥମ ନିର୍ବାଚନରେ ଭାଗ ନେଇଥିଲେ । ନିର୍ବାଚନର ଏଜେଣ୍ଟ ଭାବେ କାର୍ଯ୍ୟ ମଧ୍ୟ ତୁଲାଇ ଥିଲେ । ସ୍ଵାଧୀନତା ସଂଗ୍ରାମୀ ସେବା ସଂଘ, ଭାରତୀୟ ଜାତୀୟ କଂଗ୍ରେସରେ ମଧ୍ୟ କାର୍ଯ୍ୟ କରିଥିଲେ , ବାଞ୍ଛାନିଧିଙ୍କୁ ଓଡ଼ିଶା ସରକାର ଅନେକ ଥର ସମ୍ମାନିତ ମଧ୍ୟ କରିଛନ୍ତି ।
ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ହେଉଛନ୍ତି , ଜଣେ ଜିବିତ ମୁକସାଖି । ସ୍ୱାଧୀନ ଭାରତର ଅନେକ ଇତିହାସ ତାଙ୍କ ସହ ଜଡ଼ିତ । ଆଜିର ଯୁବପିଢ଼ିଙ୍କ ପାଇଁ ସେ ଜଣେ ଆଦର୍ଶ ।