fbpx

ଫ୍ରେଞ୍ଚ ଫ୍ରାଇଜ୍ ଖାଇବାର ସଉକ୍ ପଡ଼ିପାରେ ମହଙ୍ଗା, ଏହି ୨ଟି ଗମ୍ଭୀର ରୋଗର ହୋଇପାରନ୍ତି ଶିକାର: ନୂଆ ରିସର୍ଚ୍ଚରୁ ଖୁଲାସା

AAKASH

ଫ୍ରେଞ୍ଚ ଫ୍ରାଇଜର ନାମ ଶୁଣିବା ମାତ୍ରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଟିରେ ପାଣି ଆସିଥାଏ । ଗତ କିଛି ବର୍ଷ ମଧ୍ୟରେ ଆମ ଦେଶରେ ଫ୍ରେଞ୍ଚ ଫ୍ରାଇଜ୍ ବହୁତ ଲୋକପ୍ରିୟ ହୋଇପାରିଛି । ଏହି ଫୁଡ୍ ଡିସ୍ ମଧ୍ୟ ଏକ ଷ୍ଟ୍ରିଟ୍ ଫୁଡ୍ ଭାବରେ ବହୁତ ପସନ୍ଦ କରାଯାଏ । ପ୍ରାୟତଃ ଲୋକମାନେ ରେଷ୍ଟୁରାଣ୍ଟରେ ମଧ୍ୟ ଏହାକୁ ଖାଉଥିବାର ଦେଖାଯାଏ । ସମସ୍ତେ ଜାଣନ୍ତି ଯେ ସ୍ୱାସ୍ଥ୍ୟ ପାଇଁ ଫ୍ରେଞ୍ଚ ଫ୍ରାଇଜ୍ ଭଲ ନୁହେଁ, କିନ୍ତୁ ଆପଣ ଜାଣନ୍ତି କି ଫ୍ରେଞ୍ଚ ଫ୍ରାଇଜର ଅତ୍ୟଧିକ ବ୍ୟବହାର ଆପଣଙ୍କୁ ଏନଜାଇଟି ଏବଂ ଡିପ୍ରେସନର ଶିକାର କରିପାରେ । ନିକଟରେ ହୋଇଥିବା ଏକ ରିସଚ୍ଚର୍ଜରୁ ଏହି ଜିନିଷ ସାମ୍ନାକୁ ଆସିଛି ।

ଶାରୀରିକ ଭାବରେ ଫ୍ରେଞ୍ଚ ଫ୍ରାଇଜକୁ ଅସ୍ୱାସ୍ଥ୍ୟକର ବିବେଚନା କରାଯାଏ କିନ୍ତୁ ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । wionews.comର ଖବର ଅନୁଯାୟୀ, ଫ୍ରାଇଡ ଫୁଡ୍, ବିଶେଷକରି ଫ୍ରାଇଡ ପୋଟାଟୋରୁ ଏନଜାଇଟି ଓ ଡିପ୍ରେସନର ଆଶଙ୍କା ବହୁ ପରିମାଣରେ ବଢ଼ିଯାଇଥାଏ ।

ଯୁବକମାନେ ଡିପ୍ରେସନର ଶିକାର ହୋଇପାରନ୍ତି :-
ଫ୍ରେଞ୍ଚ ଫ୍ରାଇଜ୍ ଖାସକରି ଫ୍ରାଇଡ ପୋଟାଟୋ, ଫାଷ୍ଟ ଫୁଡ ଭାବରେ ଯୁବପିଢ଼ିମାନଙ୍କ ପାଖରେ ବହୁତ ଲୋକପ୍ରିୟ । ଅସ୍ୱାସ୍ଥ୍ୟକର ସତ୍ତେ୍ୱ ଏହା ବହୁତ ଖିଆଯାଏ । ନିକଟରେ ହୋଇଥିବା ରିସର୍ଚ୍ଚରୁ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଚାଇନାରେ କରାଯାଇଥିବା ଏହି ରିସର୍ଚ୍ଚକୁ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନସେସ୍ ଅଫ୍ ଆମେରିକା (ପିଏନଏଏସ) ରେ ପ୍ରକାଶିତ ହୋଇଛି । ଜଣାପଡିଛି ଯେ, ଫ୍ରାଇଡ ଫୁଡ ଖାଦ୍ୟ ଖାସକରି ଫ୍ରାଇଡ ପୋଟାଟୋକୁ ଲଗାତାର ଖାଇବା ଦ୍ୱାରା ଡିପ୍ରେସନ ଓ ଏନଜାଇଡ ହେବାର ଆଶଙ୍କା ଅଧିକ ବଢ଼ିଯାଏ ।

ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁମାନେ ଲଗାତାର ଭାବରେ ଫ୍ରାଇଡ ଫୁଡ ଖାଉଛନ୍ତି, ସେମାନଙ୍କଠାରେ ଫ୍ରାଇଡ ଫୁଡ ଖାଉନଥିବା ଲୋକଙ୍କ ତୁଳନାରେ ଏନଜାଇଟ ହେବାର ଆଶଙ୍କା ୧୨ ପ୍ରତିଶତ ଅଧିକ । ଏଥି ସହିତ ଡିପ୍ରେସନ ମଧ୍ୟ ୭ ପ୍ରତିଶତ ଅଧିକ ବୋଲି ଜଣାପଡିଛି । ଏହି ଲିଙ୍କ୍ ଯୁବ ଗ୍ରାହକଙ୍କ ମଧ୍ୟରେ ଅଧିକ ସ୍ପଷ୍ଟ ଭାବରେ ଦେଖାଦେଇଛି ।

Get real time updates directly on you device, subscribe now.