fbpx
BSKY
BJD SHG SKY
BJD YOUTH SKY

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ବଦଳିଲା: ମେ ୪ ତାରିଖରେ ବାରିପଦା ଆସିବେ ଦ୍ରେୀପଦୀ ମୁର୍ମୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସରେ ଓଡ଼ିଶା ଆସିବା ନେଇ ସ୍ଥିର ହୋଇଥିଲା । ଆସନ୍ତା ମାସ ୯ ତାରିଖରେ ରାଷ୍ଟ୍ରପତି ନିଜର ଜନ୍ମମାଟି ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମଏସସିବି) ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଯୋଗବୋର କାର୍ଯ୍ୟକ୍ରମ ରହିଥିଲା । ଏନେଇ ଗତ ୨୦ ତାରିଖରେ ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଥିଲା । ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀ ଏ ବାବଦରେ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସେଲରଙ୍କୁ ଚିଠି ଲେଖିଥିଲେ ।

ତେବେ ଏହା ମଧ୍ୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଗସ୍ତ ପ୍ରୋଗ୍ରାମକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ରାଷ୍ଟ୍ରପତିଙ୍କ ଗସ୍ତ ପ୍ରୋଗ୍ରାମରେ ପରିବର୍ତ୍ତନ ହୋଇଛି । ରାଷ୍ଟ୍ରପତି ଆସନ୍ତା ମାସ ୯ ତାରିଖ ନୁହେଁ, ୪ ତାରିଖରେ ଓଡ଼ିଶାର ବାରିପଦା ଗସ୍ତ କରିବେ । ରାଷ୍ଟ୍ରପତି ପ୍ରଥମେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବ ସ୍ଥିରୀକୃତ କାର୍ଯ୍ୟକ୍ରମରେ ଯୋଗଦେବେ । ୬ ତାରିଖରେ ରାଷ୍ଟ୍ରପତି ଏମଏସସିବି ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

ତେବେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ତାଙ୍କର ଜନ୍ମମାଟି ଉତ୍ସୁକତାର ସହିତ ଚାହିଁ ରହିଥିବା ବେଳେ ଏହି ଗସ୍ତ କାର୍ଯ୍ୟକ୍ରମ ପରିବର୍ତ୍ତନ ନେଇ ସମସ୍ତେ ଜାଣିବା ନିହାତି ଆବଶ୍ୟକ । ଗସ୍ତ କାର୍ଯ୍ୟକ୍ରମ ପରିବର୍ତ୍ତନ ବାବଦରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ସୂଚନା ଦେଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ଏହି ଗସ୍ତକୁ ସଫଳ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.