fbpx
BJD SKY
BJD SKY

(video)ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ବନ୍ଧୁର ଜୀବନ , ଭିଡିଓ ଦେଖି ଯମରାଜ ବି ହୋଇଗଲେ ଇମୋସନାଲ

BJD

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓଟିକୁ ଦେଖିବା ପରେ ଆପଣ ବି ଇମୋସନାଲ ହୋଇଯିବେ ଓ ନିଜ ସାଙ୍ଗକୁ ଟ୍ୟାଗ୍ କରିବାକୁ ଲାଗିବେ । ଏହି ଦୁନିଆରେ ସବୁ ସମ୍ବନ୍ଧ ଯେପରିକି ମାତାପିତା, ଚାଚା, ମାମା, ଭାଇ ଭଉଣୀ ଏହିସବୁ ବ୍ୟକ୍ତିକୁ ଜନ୍ମ ହେବା ପରେ ସ୍ୱତଃ ମିଳିଯାଇଥାଏ । କିନ୍ତୁ ଏପରି ଏକ ସଂପର୍କ ରହିଛି ଯାହା ବ୍ୟକ୍ତି ନିଜ ପସନ୍ଦରେ ତିଆରି କରିଥାଏ ଓ ଜୀବନ ଥିବା ପର୍ଯ୍ୟନ୍ତ ସେହି ସଂପର୍କକୁ ନିଭାଇଥାଏ । ଆମେ ଏଠି କହିବାକୁ ଯାଉଛୁ ବନ୍ଧୁତ୍ୱର କଥା । ଯଦି ପୁରା ଦୁନିଆ ଆପଣଙ୍କ ବିରୁଦ୍ଧରେ ଚାଲୁଛି କିନ୍ତୁ ଆପଣଙ୍କ ବନ୍ଧୁ ଆପଣଙ୍କ ସହ ଅଛନ୍ତି ତେବେ ଆପଣଙ୍କ ପାଇଁ କୌଣସି ସମସ୍ୟା ଉପୁଜିବନି । ଏହି ବନ୍ଧୁତ୍ୱ କେତେ ମୂଲ୍ୟବାନ ତାହାର ଏକ ଉଦାହଣଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ଭିଡିଓରେ ଦେଖିବାକୁ ମିଳୁଛି କି ଏକ କାର୍ ରାସ୍ତା କଡରେ ଖାଇ ମଧ୍ୟକୁ ଖସିିବାକୁ ଯାଉଛି । ଏଥିରେ ଜଣେ ବ୍ୟକ୍ତି ଡ୍ରାଇଭିଂ ସିଟ୍‌ରେ ବସିଛନ୍ତି ଓ ତାଙ୍କ ବନ୍ଧୁ ବାହାରେ ଅଛନ୍ତି । ବାହାରେ ଥିବା ବନ୍ଧୁ ଜଣକ ଏକ ମାନବ ଚେନ୍ ତିଆରି କରି ବନ୍ଧୁଙ୍କ ହାତ ଧରି ଟାଣୁଛନ୍ତି । କିଛି ସମୟର ପ୍ରଚେଷ୍ଟା ପରେ ସେ ଏଥିରେ ସଫଳ ହେଉଛନ୍ତି ଓ ବନ୍ଧୁଙ୍କୁ କାର୍ ମଧ୍ୟରୁ ଟାଣି ଆଣୁଛନ୍ତି । ଏହାପରେ କାର୍‌ଟି ଖାଇ ମଧ୍ୟରେ ଖସି ପଡୁଛି । ଏହି ଭିଡିଓଟିକୁ ଏବେ ଲୋକମାନେ ଜୋରଦାର ସେୟାର କରୁଛନ୍ତି ।

ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @HasnaZaruriHai ନାମକ ପେଜ୍‌ରେ ସେୟାର କରାଯାଇଛି । ଭିଡିଓ ସହିତ କ୍ୟାପସନରେ ଲେଖାଯାଇଛି, ଯେଉଁଠି ବନ୍ଧୁ ସାଥିରେ ଛିଡା ହୋଇଥାଏ ସେଠି ଯମରାଜକୁ ବି ଖାଲି ହାତରେ ଫେରିବାକୁ ପଡିଥାଏ । ଭିଡିଓ ଦେଖିବା ପରେ ଯମରାଜ ନାମକ ଜଣେ ୟୁଜର ଲେଖିଛନ୍ତି, ‘ଇମୋସନାଲ ହୋଇପଡିଲି, ଆଗାମୀ ଥର ଖାଲି ହାତରେ ଫେରିବି ନାହିଁ ।’

Get real time updates directly on you device, subscribe now.