fbpx

ଏହି ତାରିଖରୁ ସ୍କୁଲରେ ଆରମ୍ଭ ହେବ ଖରା ଛୁଟି, ରଜ ଶେଷ ପରେ ଯାଇ ସ୍କୁଲ ଖୋଲିବ

Advertisement

ଓଡ଼ିଶା ଭାସ୍କର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ମେ ୬ରୁ ସ୍କୁଲରେ ହେବ ଖରା ଛୁଟି। ଆଜି୨୦୨୪-୨୫ ଶିକ୍ଷାବର୍ଷ ପାଇଁ କ୍ୟାଲେଣ୍ଡର ଆସିଛି। ତେବେ ୨୦୨୪ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି । ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଚଳିତ ବର୍ଷ ମେ ୬ ତାରିଖରୁ ସ୍କୁଲରେ ଖରାଛୁଟି ଆରମ୍ଭ ହୋଇ ୧୭ ଜୁନ ପର୍ଯ୍ୟନ୍ତ ଛୁଟି ରହିବ। ତେବେ ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଥାଉକି, ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବ। କାରଣ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ସକାଳୁଆ ସ୍କୁଲ କରିବା ପାଇଁ ଆଜି ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲଗୁଡିକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏପ୍ରିଲ ୨ରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ ପାଠ ପଠାଯିବ। ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ କ୍ଲାସ ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ତେବେ ଏହା ପରେ ପରେ ମେ ୬ରୁ ସ୍କୁଲରେ ଖରା ଛୁଟି ଆରମ୍ଭ ହୋଇଯିବ ବୋଲି ଜଣାପଡିଛି।

Get real time updates directly on you device, subscribe now.