fbpx

ପାନ ଖାଇବା ପରେ ଭୁଲ୍‌ରେ ବି ଖାଆନ୍ତୁନି ଏହିସବୁ ଜିନିଷ, ଭୋଗିବାକୁ ପଡିପାରେ ବଡ ଧରଣର ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶା ଭାସ୍କର:ପାନ ଖାଇବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି । ଏହା ହଜମ ପ୍ରକ୍ରିୟା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ । ପୂଜା ସମୟରେ ମଧ୍ୟ ପାନ ପତ୍ରର ଉପଯୋଗ କରାଯାଏ । ଆମ ସଂସ୍କୃତିରେ ଖାଦ୍ୟ ଖାଇବା ପରେ ପାନ ଖାଇବା ଓ ଖୁଆଇବାର ଚଳଣୀ ରହିଛି । ପାନ ପତ୍ରରେ ଆଲ୍କାଲଏଡ୍‌, ଟାନିନ୍‌, ପ୍ରୋପେନ୍‌, ଆୟୋଡିନ୍‌, ପୋଟାସିୟମ, ଭିଟାମିନ୍ ଏ, ବି୧, ବି୨, ନିକୋଟିନିକ୍ ଗୁଣ ରହିଛି ଯାହା ଆମକୁ ବିଭିନ୍ନ ପ୍ରକାର ରୋଗରୁ ସୁରକ୍ଷା ଦେଇଥାଏ । ଏଥିରେ ପାଣି ମାତ୍ରା ଅଧିକ ଓ କ୍ୟାଲୋରୀ କମ୍ ରହିଥାଏ । ଏହା ଖାଇବା ଦ୍ୱାରା ସୁଗାର ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେଲେ ବି ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଏପରି କିଛି ଜିନିଷ ରହିଛି ଯାହା ପାନ ଖାଇବା ପରେ ଖାଇବା ଅନୁଚିତ । ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ବିଗିଡି ଯାଇପାରେ ।

୧-ପାନ ଖାଇବା ପରେ କୌଣସି ପ୍ରକାର ଥଣ୍ଡା ଖାଦ୍ୟ ଖାଆନ୍ତୁ ନାହିଁ । ଏହାଦ୍ୱାରା ପେଟ ସମସ୍ୟା ଉପୁଜିପାରେ ।
୨-ପାନ ଖାଇବା ପରେ ପାଟି ଓ ଛାତିକୁ ଥଣ୍ଡା ଅନୁଭବ ମିଳିଥାଏ । ତେଣୁ ପାନ ଖାଇବା ପରେ ପରେ ଥଣ୍ଡା ପାଣି ପିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ନିଃଶ୍ୱାସ ନେବାରେ ସମସ୍ୟା ହୋଇପାରେ । ଏହା ସହିତ ଅଲସରର ସମ୍ଭାବନା ସୃଷ୍ଟି ହୋଇଥାଏ ।
୩-ପାନ ଖାଇବା ପରେ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଏହାଦ୍ୱାରା ହଜମ ଶକ୍ତି ବିଗିଡିଯାଏ ଓ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦିଏ ।
୪-ପାନ ଖାଇବା ପରେ ଜୁସ୍ ପିଅନ୍ତୁ ନାହିଁ । ଏହାଦ୍ୱାରା ଦାନ୍ତ ଉପରେ ଖରାପ ପ୍ରଭାବ ପଡିପାରେ ।
୫-ପାନ ଖାଇବା ପରେ କୌଣସି ପ୍ରକାର ମେଡିସିନ୍ ଖାଆନ୍ତୁ ନାହିଁ । ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣା ଓ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇପାରେ ।

Get real time updates directly on you device, subscribe now.