fbpx

ରାଜ୍ୟର ଅନେକ ସ୍ଥାନରେ ୨ ରୁ ୪ ଡିଗ୍ରୀ ଯାଏଁ କମିବ ଦିନ ତାପମାତ୍ରା : ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆଜି ସକାଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀର ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଏହା ସହ ପାଗ ମେଘୁଆ ରହିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ୨ ରୁ ୪ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ହ୍ରାସ ପାଇପାରେ ।

ପରବର୍ତ୍ତୀ ଦୁଇଦିନ ମଧ୍ୟରେ ପୁନର୍ବାର ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ୱରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଏବଂ କଟକରେ ୩୭ ଦଶମିକ ୬ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି ।

ଗତକାଲି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ଦିନ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିର, ଟିଟିଲାଗଡ଼, ନୟାଗଡ଼ ଏବଂ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‍ ଉପରେ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.