fbpx
BJD
BJD SKY
BJD SKY

ସାମ୍ବାଦିକ ମାନଙ୍କୁ ଆଗଧାଡିର କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର : ସାରା ରାଜ୍ୟରେ ଆଜି ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଡ ଘୋଷଣା କରିଛନ୍ତି । ଆଜି ସାରା ରାଜ୍ୟରେ କାର୍ଯ୍ୟରତ ଥିବା ସାମ୍ବାଦିକ ମାନଙ୍କୁ ଫ୍ରଣ୍ଟଲାଇନ୍ କୋଭିଡ୍ ୱରିୟର୍ ବା ଆଗଧାଡିର କରୋନା ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି । କରୋନା ସମୟରେ ନିରବଚ୍ଛିନ୍ନ ଭାବରେ ସମସ୍ତ ନ୍ୟୁଜ୍ ଫିଡ୍ ଦେଉଥିବା ସହ କରୋନା ସହ ଜଡିତ ସବୁ ପ୍ରକାର ନିୟମାବଳୀ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଉଥିବାରୁ ମୁଖ୍ୟମନ୍ତ୍ରୀ ଆଜି ସାମ୍ବାଦିକ ମାନଙ୍କୁ ଆଗଧାଡିର କରୋନା ଯୋଦ୍ଧା ଭାବରେ ଘୋଷଣା କରାଯାଇଛି ।
ଏହି ସମ୍ପର୍କରେ ସୁଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାମ୍ବାଦିକ ମାନେ ରାଜ୍ୟକୁ ଅନବରତ ଭାବରେ ସେବା ଯୋଗାଉଛନ୍ତି । କରୋନା ହେବା ସତ୍ତେ୍ୱ ସେମାନେ ରାଜ୍ୟବାସୀଙ୍କ ପାଖରେ ଖବର ପହଞ୍ଚାଉଛନ୍ତି । ଏଥିସହ କରୋନା ସଚେତନତା ସମ୍ପର୍କରେ ଲୋକ ମାନଙ୍କୁ ପ୍ରତି ସମୟରେ ଅବଗତ କରାଉଛନ୍ତି । ତେଣୁ ସେ ଆଜି ସାମ୍ବାଦିକ ମାନଙ୍କୁ ପ୍ରଶଂସା କରିଛନ୍ତି । ତେବେ ଏହି ଘୋଷଣା ଦ୍ୱାରା ରାଜ୍ୟର ୬୯୪୪ ସାମ୍ବାଦିକ ଉପକୃତ ହେବେ । ଏହି ୬୯୪୪ ଜଣ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସମ୍ପୃକ୍ତ କରାଯାଇଛି । ଏହା ଅଧୀନରେ ସେମାନଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦିଆଯିବ । ଖାଲି ସେତିକି ନୁହେଁ ଡ୍ୟୁଟି ବେଳେ ଯେଉଁ ମାନଙ୍କର କରୋନାରେ ମୃତ୍ୟୁ ଘଟିଛି ସେମାନଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.