fbpx

FSSAI ପକ୍ଷରୁ ଚେତାବନୀ: ଏନର୍ଜି ଡ୍ରିଙ୍କ କହି ଗ୍ରାହକଙ୍କୁ ପାନୀୟ ବିକ୍ରି କରୁଥିଲେ ସାବଧାନ, କମ୍ପାନୀ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରୀଷ୍ମ ଦିନ ଚାଲିଥିବା ବେଳେ ଜନସାଧାରଣ ଆରାମ ପାଇବା ଆଶାରେ ଥଣ୍ଡା ପାନୀୟ ସେବନ କରିବାକୁ ଭଲ ପାଆନ୍ତି । ତେବେ ଏଭଳି ସମୟରେ କିଛି କମ୍ପାନୀ ଏନର୍ଜି ଡ୍ରିଙ୍କ ନାମରେ ପାନୀୟ ବିକ୍ରି କରୁଥିବା ଦେଖାଯାଉଛି । ଏହା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ମଧ୍ୟ କୁହାଯାଉଛି । ଏଭଳି କମ୍ପାନୀମାନଙ୍କୁ ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ପକ୍ଷରୁ ଚେତାବନୀ ଦିଆଯାଇଛି । ଯଦି କମ୍ପାନୀମାନେ ଗ୍ରାହକଙ୍କ ମନରେ ଭ୍ରମ ସୃଷ୍ଟି କରି ଏନର୍ଜି ଡ୍ରିଙ୍କ ବିକ୍ରି କରନ୍ତି ତେବେ ସମ୍ପୃକ୍ତ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଲାଇସେନ୍ସ ମଧ୍ୟ ବାତିଲ କରାଯିବ ବୋଲି କୁହାଯାଇଛି ।

ବ୍ୟବସାୟୀମାନେ ସେମାନଙ୍କର ୱେବସାଇଟରେ ବିକ୍ରି କରୁଥିବା ଖାଦ୍ୟ ପଦାର୍ଥର ସଠିକ୍ ବର୍ଗ ସୁନିଶ୍ଚିତ କରିବାକୁ ଏଫଏସଏସଏଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବଜାରରେ କୌଣସି ସାମଗ୍ରୀ ବିକ୍ରି କରିବା ସମୟରେ ଗ୍ରାହକଙ୍କ ମନରେ କୌଣସି ପ୍ରକାର ଭ୍ରମ ସୃଷ୍ଟି କରିବା ଅନୁଚିତ । ଯେଉଁମାନେ ମିଛ କହି ସେମାନଙ୍କର ଉତ୍ପାଦ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଅନେକ ଗୁଡ଼ିଏ ପାନୀୟ ଉତ୍ପାଦକୁ ୱେବସାଇଟରେ ହେଲଥ ଡ୍ରିଙ୍କ ଓ ଏନର୍ଜି ଡ୍ରିଙ୍କ ବର୍ଗରେ ସାମିଲ କରଯାଇ ବିକ୍ରି କରାଯାଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ତେଣୁ ଏହି ସବୁ ଉତ୍ପାଦଗୁଡ଼ିକୁ ପୃଥକ ପୃଥକ ବର୍ଗ ସୃଷ୍ଟି କରି ବିକ୍ରି କରିବା ଉଚିତ ବୋଲି କୁହାଯାଇଛି ।

ଖାଦ୍ୟ ନିୟାମକଙ୍କ ଅନୁଯାୟୀ, ଏଫଏସଏସ ଆକ୍ଟ ୨୦୦୬ କିମ୍ବା ଏହାଦ୍ୱାରା ପ୍ରସ୍ତୁତ ନିୟମ ଅନୁଯାୟୀ ଉତ୍ପାଦଗୁଡ଼ିକ ଅନ୍ତର୍ଭୁକ୍ତ କରାଯାଇନାହିଁ । ତେଣୁ ଏହାକୁ ତୁରନ୍ତ ହଟାଇବାକୁ ବିଭାଗ ପକ୍ଷରୁ ସମସ୍ତ ଇ-କମର୍ସ କମ୍ପାନୀମାନଙ୍କୁ କୁହାଯାଇଛି । ଏହି ନିର୍ଦ୍ଦେଶ ନ ମାନିଲେ ସମ୍ପୃକ୍ତ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ପାନୀୟଗୁଡ଼ିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.