fbpx

୩ଟି ମ୍ୟାଚ୍ ଖେଳି ଘରକୁ ଫେରିଗଲେ ମୁସ୍ତାଫିଜୁର… କି ପଦକ୍ଷେପ ନେବେ ଅଧିନାୟକ ଋତୁରାଜ?

Advertisement

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପୂର୍ବରୁ ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇକୁ ଲାଗିଛି ଏକ ଶକ୍ତ ଝଟକା । ଆଇପିଏଲ-୨୦୨୪ରେ ଦଳ ପକ୍ଷରୁ ସର୍ବାଧିକ ୱିକେଟ ନେଇଥିବା ଷ୍ଟାର ବୋଲର ମୁସ୍ତାଫିଜୁର ରହମାନ ସ୍ୱଦେଶ ଫେରି ଯାଇଛନ୍ତି । ମାତ୍ର ୩ଟି ମ୍ୟାଚ ଖେଳି ୭ଟି ୱିକେଟ ହାସଲ କରିଥିବା ମୁସ୍ତାଫିଜୁର ଦଳ ଛାଡ଼ି ବାଂଲାଦେଶ ଫେରି ଯାଇଥିବା ଜାଣିବାକୁ ମିଳିଛି । ଭିସା ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଆଇପିଏଲ ଅଧାରୁ ଛାଡ଼ି ଘରକୁ ଫେରି ଯାଇଛନ୍ତି ମୁସ୍ତାଫିଜୁର ରହମାନ । ତେଣୁ ଆଗାମୀ ମ୍ୟାଚରେ ଚେନ୍ନାଇ କାହାକୁ ଖେଳାଇବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଅଧିନାୟକ ଋତୁରାଜ ଗାଏକ୍ୱାଡ ।

ଚଳିତବର୍ଷ ଋତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱରେ ଚେନ୍ନାଇ ୩ଟି ମ୍ୟାଚରୁ ୨ଟି ବିଜୟୀ ହୋଇଥିବା ବେଳେ ଦିଲ୍ଲୀ ବିପକ୍ଷରେ ଦଳ ପରାଜୟ ସାମନା କରିଛି । ଚତୁର୍ଥ ମ୍ୟାଚରେ ସନରାଇଜର୍ସ ହାଇଦ୍ରବାଦକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଦଳକୁ ଏକ ଶକ୍ତ ଝଟକା ଲାଗିଛି । ଦଳ ତରପରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଷ୍ଟାର ବୋଲର ମୁସ୍ତାଫିଜୁର ରହମାନ ଭିସା ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ବାଂଲାଦେଶ ଫେରି ଯାଇଛନ୍ତି । ଆସନ୍ତା ଟି -୨୦ ବିଶ୍ୱକପ ପାଇଁ ଭିସା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସେ ଘରକୁ ଫେରିଥିଲେ। ଏ ନେଇ ବାଂଲାଦେଶ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଟି -୨୦ ବିଶ୍ୱକପ ପାଇଁ ଆମେରିକାର ଭିସା ଉଦ୍ଦେଶ୍ୟରେ ମୁସ୍ତାଫିଜୁର ଗତକାଲି ରାତିରେ ଆଇପିଏଲରୁ ପହଞ୍ଚିଥିଲେ। ସେ ଆସନ୍ତାକାଲି (ଏପ୍ରିଲ ୪) ରେ ଆମେରିକାର ଦୂତାବାସରେ ଫିଙ୍ଗରପ୍ରିଣ୍ଟ ପରେ ଚେନ୍ନାଇରେ ଯୋଗଦେବା ପାଇଁ ଭାରତ ଫେରିବେ। ”

ରିପୋର୍ଟରେ କୁହାଯାଇଛି ଯେ, ଆଇପିଏଲ-୨୦୨୪ରେ ଏପ୍ରିଲ ଶେଷ ପର୍ଯ୍ୟନ୍ତ ମୁସ୍ତାଫିଜୁର ଚେନ୍ନାଇ ପକ୍ଷରୁ କେଳୁଥିବାର ନଜର ଆସିପାରନ୍ତି । ଏହାପରେ ଆସନ୍ତା ୩ ତାରିଖରୁ ଜିମ୍ବାୱେ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ସାମିଲ ହୋଇପାରନ୍ତି ମୁସ୍ତାଫିଜୁର। ଚଳିତ ସିଜନରେ ଚମତ୍କାର ପ୍ରଦର୍ଶନ କରି ତିନୋଟି ମ୍ୟାଚ୍‌ରେ ମୋଟ ୩ଟି ୱିକେଟ୍ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପର୍ପଲ କ୍ୟାପ୍ ତାଙ୍କ ପାଖରେ ରହିଛି ।

Get real time updates directly on you device, subscribe now.