fbpx
BSKY
BJD MC SKY
BJD MS SKY

ଏପ୍ରିଲ ୧୨କୁ ପାଳନ କରାଯିବ ପୂର୍ଣ୍ଣ ଉପସ୍ଥାନ ଦିବସ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଆଜିଠାରୁ ପ୍ରଥମରୁ ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଛି। ତେବେ ସ୍କୁଲଗୁଡ଼ିକରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁ ରହିବ ବୋଲି ସୂଚନା ମିଳିଛି। ଇତିମଧ୍ୟରେ ବାହାର ରାଜ୍ୟରେ ପାଠ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ପାଠ୍ୟପୁସ୍ତକ ଯୋଗାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି।

ଗୁଜୁରାଟ, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶକୁ ପ୍ରାୟ ୧ ଲକ୍ଷ ୧୫ ହଜାର ପାଠ୍ୟୁସ୍ତକ ଯୋଗାଣ ପାଇଁ ନିଷ୍ପତି ନିଆଯାଇଛି। ଚଳିତ ଶିକ୍ଷାବର୍ଷରେ ଦୈନନ୍ଦିନ କାର୍ଯ୍ୟସୂଚୀ ସମ୍ବନ୍ଧୀୟ ‘ମୋ ଡାଏରୀ’ ଏବଂ ‘ଏକାଡେମିକ୍‍ କ୍ୟାଲେଣ୍ଡର’ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଚଳନ କରାଯାଇଛି ।

ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାର ଶୁଭାରମ୍ଭ କରିଛନ୍ତି । ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଆସନ୍ତା ୧୧ ତାରିଖରୁ ସକାଳୁଆ ପାଠପଢ଼ା ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ସବୁ ବିଦ୍ୟାଳୟକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ପୂର୍ବାହ୍ଣ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ।

Get real time updates directly on you device, subscribe now.