fbpx
BJD SKY
BJD SKY

ଏକାଠି ଧରାପଡ଼ିଲେ ପ୍ରେମୀଯୁଗଳ: ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା, ଯୁବତୀଙ୍କ ଘର ସାମନାରେ କରାଗଲା ଅନ୍ତିମ ସଂସ୍କାର

BJD

ନୂଆଦିଲ୍ଲୀ: ପ୍ରେମ ସମ୍ପର୍କକୁ ନେଇ ଏକ ବର୍ବରୋଚିତ ଘଟଣା ସାମନାକୁ ଆସିଛି । ପ୍ରେମୀଯୁଗଳଙ୍କୁ ଏକାଠି ଦେଖିବା ପରେ ଯୁବତୀଙ୍କ ଘରଲୋକ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା କରିଛନ୍ତି । ତେବେ ଏହି ଘଟଣା ପରେ ମୃତ ଯୁବକଙ୍କ ଘର ଲୋକେ ଯୁବତୀଙ୍କ ଘର ସାମନାରେ ଅନ୍ତିମ ସଂସ୍କାର କରିଥିବା ଜଣାପଡ଼ିଛି । ତେବେ ପୋଲିସ ପହଞ୍ଚିବା ବେଳକୁ ଶବ ପୋଡ଼ା ସରିଥିବାରୁ ଉଭୟପକ୍ଷର ଲୋକଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାଟି ବିହାରର ମୁଜାଫରପୁରରେ ଦେଖିବାକୁ ମିଳିଛି । ରାମପୁର ଗ୍ରାମରେ ରହୁଥିବା ୨୨ ବର୍ଷୀୟ ସୌରଭ କୁମାର ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ପଡ଼ୋଶୀ ଗାଁ ସୋନବରସାକୁ ଯାଇଥିଲେ । ତେବେ ଦୁହିଁଙ୍କୁ ଏକାଠି ଦେଖିବା ପରେ ଯୁବତୀଙ୍କ ଘରଲୋକେ ସୌରଭଙ୍କୁ ନିର୍ଦ୍ଧୂମ୍ ପିଟିବା ସହ ପ୍ୟାଇଭେଟ୍ ପାର୍ଟ କାଟି ଦେଇଥିଲେ । ଏହି ଘଟଣା ପରେ ସୌରଭଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ଚାଲିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବାରୁ ଏହି ସମୟରେ ଯୁବତୀଙ୍କ ଘରଲୋକେ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ସୌରଭଙ୍କ ପରିଜନମାନେ ଯୁବତୀଙ୍କ ଘର ଆଗରେ ଶବକୁ ଅନ୍ତିମ ସଂସ୍କାର କରାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଶବଦାହ ସରିଯାଇଥିଲା । ତେଣୁ ସେ ଉଭୟ ପକ୍ଷର ଲୋକଙ୍କୁ ଗିରଫ କରିଥିବା ବେଳେ ଏବେ ବି ଉକ୍ତ ଅଞ୍ଚଳରେ ପରିସ୍ଥିତି ଉଦବେଗଜନକ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.