fbpx

(Funny Video)ଜନ୍ମଦିନରେ ଏଭଳି ମଜାଳିଆ ଉପହାର ଦେଲେ ସାଙ୍ଗ, ହସି ହସି ବେଦମ ହୋଇଗଲେ ଯୁବକ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ବିଭିନ୍ନ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ। ତେବେ ଏହି ଭିଡିଓରେ କିଛି ଶିଖଣୀୟ ଜିନିଷ ନଥାଏ ସତ କିନ୍ତୁ ଏହି ଭିଡିଓକୁ ଦେଖି ଅନେକ ଜଣ ମନୋରଞ୍ଜନ କରିଥାନ୍ତି। ଆଉ ଭିଡିଓକୁ ଦେଖିବା ମାତ୍ରେ ନିଜର ହସକୁ ରୋକି ପାରନ୍ତି ନାହିଁ। ତେବେ ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଆପଣ ବି ଆପଣଙ୍କ ହସକୁ ରୋକି ପାରିବେନି। ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଥିବା ବେଳେ ଯୁବ ବର୍ଗମାନେ ନିଜ ନିଜର ସାଙ୍ଗସାଥିଙ୍କୁ ପଠାଇ ଖୁବ ମଜା ନେଉଛନ୍ତି। ତେବେ ଏହି ଭିଡିଓଟି ହେଉଛି ଜଣେ ବନ୍ଧୁଙ୍କ ଜନ୍ମ ଦିନ ସହ ଜଡିତ।

ଆପଣ ସମସ୍ତଙ୍କୁ ଜଣା ଯେ, ଜନ୍ମ ଦିନ ହେଉଛି ଏକ ସ୍ୱତନ୍ତ୍ର ଦିନ। ଏହି ଦିନ ସମ୍ପର୍କୀୟ, ପରିବାର ଓ ସାଙ୍ଗସାଥି ଶୁଭେଚ୍ଛା ଜଣାଇବା ସହ କିଛି ଖାସ ଉପହାର ଦେଇଥାନ୍ତି। ଆଉ ଏହି ଜନ୍ମଦିନରେ ମିଳୁଥିବା ଶୁଭେଚ୍ଛା ଏବଂ ଉପହାରଗୁଡ଼ିକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଥାଏ। ତେବେ ଜଣେ ବନ୍ଧୁ ଉତ୍ସାହର ସହ ଉପହାର ପାଇଁ ଅପେକ୍ଷା କରିଥିବା ବେଳେ ଏମିତି ଏକ ମଜାଳିଆ ଉପହାର ପାଇଛନ୍ତି ଯାହାକୁ ଦେଖି ସେ ହସି ହସି ବେଦମ ହୋଇଯାଇଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକଙ୍କ ଜନ୍ମଦିନ ପାଳନ ହେଉଛି। ଏହି ସମୟରେ ତାଙ୍କ ସାଙ୍ଗମାନଙ୍କଠାରୁ ପାଇଥିବା ଏକ ଉପହାରକୁ ଖୋଲିଛନ୍ତି। ଉପହାର ଖୋଲିବା ମାତ୍ରେ ଭିତରୁ ସେ ଏକ ଅନ୍ତବସ୍ତ୍ର ପାଇଛନ୍ତି। ଏହା ଦେଖିବା ପରେ ସେହି ଯୁବକ ଏବଂ ତାଙ୍କ ସାଙ୍ଗମାନେ ଜୋରରେ ହସୁଥିବାର ନଜର ଆସିଛନ୍ତି। ଆଉ ଏହି ମଜାଳିଆ ଉପହାର ଭିଡିଓକୁ ନେଇ ସମସ୍ତେ ମଜା କରୁଛନ୍ତି।

 

View this post on Instagram

 

A post shared by 🦋MAHI🦋 (@butterfly__mahi)

 

Get real time updates directly on you device, subscribe now.