fbpx
BJD SKY
BJD SKY

ମହିଳା SIଙ୍କ ମୃତ୍ୟୁ ମାମଲା: ଜି.ଉଦୟଗିରି ଥାନା ଆଇଆଇସିଙ୍କୁ ବଦଳି

BJD

ଗଜପତି(ଓଡ଼ିଶା ଭାସ୍କର): ଜି.ଉଦୟଗିରି ଥାନା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଆରମ୍ଭ ହୋଇଛି ଉତ୍ତେଜନା । ମୃତ ମହିଳା ଏସଆଇଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ନିକିରାଇରେ ହୋଇଥିବା ଜଣାପଡିଛି । ନିକିରାଇରେ ସ୍ୱାଗତିକାଙ୍କ ମୃତଦେହ ପହଞ୍ଚିବା ପରେ ଉତ୍ତେଜନା ଆରମ୍ଭ ହୋଇଥିଲା । ନିରାକାରପୁର କଲେଜ ଛକରେ ମୃତଦେହ ରଖି ଗ୍ରାମବାସୀ ଧାରଣା ଦେଇଛନ୍ତି । କ୍ଷତିପୂରଣ ଦାବିରେ ଖୋର୍ଦ୍ଧା-ପୁରୀ ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରାଯାଇଛି ।

ଅନ୍ୟପଟେ ଏହି ମାମଲାରେ ଜି.ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କୁ ବଦଳି କରାଯାଇଛି । ସୂଚନା ମୁତାବକର, ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଟିକାବାଲି ଥାନା ଆଇଆଇସିଙ୍କୁ ଜି. ଉଦୟଗିରି ଥାନା ଦାୟିତ୍ୱ ଦିଆଯାଇଛି । ଆଇଆଇସି ବଦଳି ନେଇ କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଜି.ଉଦୟଗିରି ଏସଆଇଙ୍କ ମୃତ୍ୟୁ ପାଇଁ ଆଇଆଇସିଙ୍କୁ ଦାୟୀ କରିଥିଲେ ପରିବାର ଲୋକ ।

ତେବେ ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଗତକାଲି ଉଦ୍ଧାର ହୋଇଥିଲା । ମିଳିଥିବା ସୂଚନା ଅନୁସାରେ, କ୍ୱାର୍ଟର୍ସରେ ସ୍ୱାଗତିକା ଏକୁଟିଆ ରହୁଥିଲେ । କିନ୍ତୁ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି, ତାହାର କାରଣ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଜି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

Get real time updates directly on you device, subscribe now.