fbpx

Video: ଦିଲ୍ଲୀରେ ପ୍ରବଳ ବର୍ଷା ପରେ ଜି-୨୦ ଭେନ୍ୟୁ ଭାରତ ମଣ୍ଡପରେ ଭରିଗଲା ପାଣି, କଟାକ୍ଷ କଲା କଂଗ୍ରେସ, କହିଲା…

ନୂଆଦିଲ୍ଲୀ: ଦିଲ୍ଲୀରେ ଜି୨୦ ସମ୍ମିଳନୀ ଚାଲିଥିବା ବେଳେ ଗତ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି । ଫଳରେ ଜି-୨୦ ଭେନ୍ୟୁ ତଥା ଭାରତ ମଣ୍ଡପରେ ବର୍ଷା ପାଣି ଭରି ଯାଇଛି । ଯାହାକୁ ନେଇ କଂଗ୍ରେସ ଏବେ ସରକାରଙ୍କୁ ଟାର୍ଗେଟ୍ କରିଛି । ପୁର୍ବରୁ ରାଷ୍ଟ୍ରପତି ଜି-୨୦ ନେତା ମାନଙ୍କ ପାଇଁ ଏକ ନୈଶ୍ୟ ରାତ୍ରୀ ଭୋଜନ ଆୟୋଜନ କରିଥିବା ବେଳେ ଏଠାକୁ କଂଗ୍ରସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ଏବେ ଭାରତ ମଣ୍ଡପରେ ପାଣି ଭରିଯିବାକୁ ଏକ ସୁଯୋଗ ଭାବି ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ ।

ଭାରତ ମଣ୍ଡପ ନିକଟରେ ବର୍ଷା ପାଣି ଜମିଥିବା ଭିଜୁଆଲ ସେୟାର କରି କଂଗ୍ରେସ ଯୁବ ବାହିନିର ମୁଖ୍ୟ ଶ୍ରୀନିବାସ ବିଭି ଲେଖିଛନ୍ତି ବିକାଶ ପହଁରୁଛି ।

ଭାରତ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୯-୧୦ରେ ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେଉଛି । ସମ୍ମିଳନୀର ପ୍ରଥମ ଦିନରେ ଭାରତକୁ ବଡ଼ ସଫଳତା ମିଳିଛି । ପ୍ରଥମ ଅଧିବେଶନରେ ଜି୨୦ରେ ଭାରତ ଆପ୍ରିକା ୟୁନିୟନକୁ ସାମିଲ କରିଥିବା ବେଳେ ଦିନର ଶେଷକୁ ଦିଲ୍ଲୀ ଘୋଷଣାପତ୍ର ସମସ୍ତ ସଦସ୍ୟ ରାଷ୍ଟ୍ରର ସହମତିରେ ଗୃହୀତ ହୋଇଛି ।

Get real time updates directly on you device, subscribe now.