fbpx
BJD SKY
BJD SKY

ଗାବ୍ରିଏଲ୍ ବୋରିକ୍ ହେଲେ ଚିଲିର ସର୍ବକନିଷ୍ଠ ରାଷ୍ଟ୍ରପତି

BJD

ନୂଆଦିଲ୍ଲୀ: ଚିଲିର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ବାମପନ୍ଥୀ ନେତା ଗାବ୍ରିଏଲ ବୋରିକ୍ । ବୋରିକ୍ ଚଳିତ ନିର୍ବାଚନରେ ୫୬ ପ୍ରତିଶତ ମତ ହାସଲ କରିବା ସହ ଦକ୍ଷିଣପନ୍ଥୀ ନେତା ଜୋସ ଏନ୍ତୋନିୟୋଙ୍କୁ ମାତ୍ ଦେଇଛନ୍ତି । ସମାଜରୁ ଅସମାନତା ଓ ଗରିବୀ ହଟାଇବା ପାଇଁ ଏକ ଦଶକ ଧରି ସେ ସଂଘର୍ଷ ଚଳାଇ ଆସୁଥିଲେ । ମାତ୍ର ୩୫ ବର୍ଷ ବୟସରେ ଗାବ୍ରିଏଲ ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ବିଜୟ ପରେ ଗାବ୍ରିଏଲ ହଜାର ହଜାର ସମର୍ଥକଙ୍କୁ ‘ମୈପୁଚେ’ ଭାଷାରେ ଉଦବୋଧନ ଦେଇଥିଲେ । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏନ୍ତୋନିୟୋ ଗାବ୍ରିଏଲଙ୍କୁ ଫୋନ୍ କରି ବଧାଇ ଜଣାଇଛନ୍ତି । ନିଜେ ଗାବ୍ରିଏଲ ନିଜର ପ୍ରତିଦ୍ୱନ୍ଦ୍ୱୀ ଏନ୍ତୋନିୟୋଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି । ତେବେ ପୂର୍ବତନ ରାଷ୍ଟ୍ରପତି ସେବାଷ୍ଟିୟନ ପିନ୍ୟେରା ଗାବ୍ରିଏଲଙ୍କ ସହ ଏକ ଭିଡିଓ କନଫରେନ୍ସିଂ କରିବା ସହ କ୍ଷମତା ହସ୍ତାନ୍ତର କରିଥିଲେ ଓ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ଆଶ୍ୱାସନା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୨୦୧୨ରେ ନିର୍ବାଚନରେ ମତଦାନକୁ ବାଧ୍ୟତାମୂଳକ କରାଯିବା ପରେ ମଧ୍ୟ କୌଣସି ନେତାଙ୍କୁ ଗାବ୍ରିଏଲଙ୍କ ପରି ଅଧିକ ଜନସମର୍ଥନ ମିଳିନଥିଲା । ଏହି ଅବସରରେ ଗାବ୍ରିଏଲ କହିଛନ୍ତି ଯେ, ଗରିବ ଓ ଅମିରଙ୍କୁ ସମାନ ନ୍ୟାୟ ପ୍ରଦାନ କରାଯିବ । ଦେଶର କୌଣସି ଗରିବଙ୍କୁ ଅସମାନତାର ମୂଲ୍ୟ ଦେବାକୁ ପଡ଼ିବ ନାହିଁ । ସରକାରରେ ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.