fbpx

ରାତାରାତି ବ୍ୟାନ ହେଲା ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ୍, ପ୍ରଥମ ଥର ପାଇଁ ସରକାର ବ୍ୟବହାର କଲେ ସ୍ପେଶାଲ୍ ପାୱାର୍

ନୂଆଦିଲ୍ଲୀ: ଭାରତ ସରକାର ଦେଶ ବିରୋଧୀ ପ୍ରଚାର ପ୍ରସାର କରୁଥିବା ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ସୋମବାର ଦିନ ବ୍ୟାନ୍ ଲଗାଇଛନ୍ତି । ପ୍ରଥମ ଥର ପାଇଁ ଆଇଟି ଆକ୍ଟ ଅଧୀନରେ ନିକଟରେ ସାମିଲ କରାଯାଇଥିବା ଗାଇଡଲାଇନ୍ ଆଧାରରେ ଏହା ଉପରେ ବ୍ୟାନ୍ ଲଗାଯାଇଛି । ଏହିସବୁ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟତୀତ ଦୁଇଟି ୱେବସାଇଟ୍ କୁ ମଧ୍ୟ ବ୍ୟାନ୍ କରାଯାଇଛି । ଏହି ଚ୍ୟାନେଲ ଓ ୱେବସାଇଟ୍ ସବୁ ପାକିସ୍ତାନ ଦ୍ୱାରା ସଞ୍ଚାଳିତ କରାଯାଉଥିଲା ଓ ଭାରତ ବିରୋଧୀ କଣ୍ଟେଣ୍ଟ ପ୍ରଚାର କରାଯାଉଥିଲା ।

ସୁତ୍ରରୁ ପ୍ରକାଶ ଯେ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସେକ୍ରେଟାରୀ ଅପୁର୍ବ ଚନ୍ଦ୍ରା ୟୁଟ୍ୟୁବ୍ ଓ ଟେଲିକମ୍ ବିଭାଗକୁ ଚିଠି ଲେଖି କହିଥିଲେ ଯେ, ଏହିଭଳି କଣ୍ଟେଣ୍ଟ୍ କୁ ତୁରନ୍ତ ବ୍ଲକ୍ କରାଯାଉ । ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ସହାୟତାରେ ଏହି ପ୍ରୋପାଗାଣ୍ଡା ପ୍ରଚାର କରାଯାଉଛି । ସେ କହିଛନ୍ତି ଯେ, ଏଥିରେ ନୂଆ-ପାକିସ୍ତାନ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଥିଲା । ଏଥିରେ ଦୁଇ ମିଲିୟନ୍ ରୁ ଅଧିକ ସବ୍ ସ୍କ୍ରାଇବର୍ ରହିଥିଲେ । ଏହି ଚ୍ୟାନେଲ୍ କାଶ୍ମୀର, କୃଷି ଆଇନ୍ ବିପକ୍ଷରେ ମିଛ ଖବର ଦେଖାଉଥିଲା ।

ଏହିସବୁ ଚ୍ୟାନେଲ ସମ୍ପର୍କରେ ପ୍ରଥମେ ସୁରକ୍ଷା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଯାଞ୍ଚ କରିଥିଲା । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏପରି ପ୍ରଥମ ଥର ପାଇଁ ହୋଇଛି ଯେ, ଆଇଟି ନିୟମ ୨୦୨୧ ଅଧୀନରେ ଜରୁରୀକାଳୀନ ଶକ୍ତିର ପ୍ରୟୋଗ କରାଯାଇ ଭାରତ ବିରୋଧୀ ୱେବସାଇଟ୍ ଓ ଚ୍ୟାନେଲ ଉପରେ ବ୍ୟାନ୍ ଲଗାଯାଇଛି । ଭାରତ ଦ୍ୱାରା ବ୍ୟାନ କରାଯାଇଥିବା ୟୁଟ୍ୟୁବ୍ ଚ୍ୟ।।ନେଲ ଭିତରେ ୧୫ଟିର ମାଲିକାନା “ନୟା ପାକିସ୍ତାନ” ଗ୍ରୁପ୍ ପାଖରେ ରହିଛି । ଯେଉଁଥିରେ “ଦ ନେକେଡ୍ ଟ୍ରୁଥ୍”, “୪୮ ସମାଚାର” ଓ “ଜଦ୍ନଦ୍ ହଲୀମ୍ ଅଧିକାରୀ” ଆଦି ସାମିଲ ରହିଛି ।

Get real time updates directly on you device, subscribe now.