fbpx
BJD SKY
BJD SKY

ଜେଲରୁ ବାହାରିଲା ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦାଦାବାଟି ଆଦାୟ ମାମଲାରେ ଗିରଫ ହୋଇଥିବା ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଜାମିନ ମିଳିଛି । ୧୪ ମାସ ପରେ ରାଜା ଗତକାଲି ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିଛି । ସରକାରୀ ଜମିରେ ଘର କରିଥିବା ଜଣେ ଲୋକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଗତବର୍ଷ ଅକ୍ଟୋବର ମାସରେ ତାକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଥିଲା । ଝାରପଡ଼ା ଜେଲରେ ଥିବା ସମୟରେ ତା’ ନାଁରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଲାଗୁ କରାଯାଇଥିଲା । ଏନଏସଏ ସହ ରାଜା ବିରୋଧରେ ସିଆରପିସି-୧୧୦ ଦଫା ମଧ୍ୟ ଲାଗିଥିଲା । ଡିସିପିଙ୍କ କୋର୍ଟ ରାଜାକୁ ଜାମିନ ପ୍ରଦାନ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ରାଜା ଭୁବନେଶ୍ୱରର ଜଣେ ଲୋକକୁ ପ୍ରତି ମାସରେ ୨୦ ହଜାର ଟଙ୍କା ଦାଦାବଟି ମାଗିବା ଅଭିଯୋଗ ହୋଇଥିଲା । ଏହାଛଡ଼ା ଅନେକ ଲୋକଙ୍କୁ ମଧ୍ୟ ସେ ଦାଦାବଟି ମାଗିଥିବା ଜଣାପଡ଼ିଥିଲା । ପୂର୍ବରୁ ଏକାଧିକ ସଙ୍ଗୀନ ମାମଲାରେ ରାଜା ସମ୍ପୃକ୍ତ ଥିଲା । ଗତ ୨୦୦୮ରୁ ବିଭିନ୍ନ ଅପରାଧୀକ ମାମଲାରେ ଛନ୍ଦି ହୋଇ ରାଜା ଜେଲରେ ରହିଥିଲା । ପରେ ଜାମିନରେ ଆସି ପୁନର୍ବାର ତା’ର କଳା ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲା । ତେଣୁ ଗତବର୍ଷ କମିଶନରେଟ ପୋଲିସ ସେଥିରେ ବ୍ରେକ୍ ଲଗାଇଥିଲା ।

Get real time updates directly on you device, subscribe now.