fbpx
BJD SKY
BJD SKY

୨୧ ବର୍ଷରୁ କମ୍ ବୟସର ପୁଅ ବିବାହ କରିପାରିବେନି, କିନ୍ତୁ ଲିଭ୍-ଇନରେ ରହିପାରିବେ: ହାଇକୋର୍ଟ

BJD

ନୂଆଦିଲ୍ଲୀ: ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସକୁ ବଢ଼ାଯିବା ପରେ ବିବାଦ ଲାଗି ରହିଛି । ଏହା ଭିତରେ ପଞ୍ଜାବ-ହରିୟାଣା ହାଇକୋର୍ଟ ନିକଟରେ ଏକ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ, ୨୧ ବର୍ଷରୁ କମ୍ ବୟସର କୌଣସି ପୁରୁଷ ବିବାହ କରିପାରିବେ ନାହିଁ କିନ୍ତୁ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସର ପୁରୁଷ ମାନେ ମହିଳାଙ୍କ ସହମତି କ୍ରମେ ଲିଭ୍-ଇନ୍ ରେ ରହିପାରିବେ । ତେବେ ହାଇକୋର୍ଟ ଏହି ନିଷ୍ପତ୍ତିକୁ, ୨୦୧୮ ମସିହା ମେ ମାସରେ ସୁପ୍ରିମକୋର୍ଟ ଶୁଣାଇଥିବା ଏକ ନିଷ୍ପତ୍ତି ଆଧାରରେ ଶୁଣାଇଛନ୍ତି । ଯେଉଁଥିରେ କୁହାଯାଇଥିଲା ଯେ, ଯେକୌଣସି ଯୁବକ-ଯୁବତୀ ବିନା ବିବାହରେ ମଧ୍ୟ ଏକାସହିତ ରହିପାରିବେ ।

ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ରହୁଥିବା ଗୋଟିଏ ଯୋଡ଼ା ଯୁବକ-ଯୁବତୀଙ୍କ ଆବେଦନରେ ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଲିଭ୍-ଇନ୍ ରିଲେସନସିପ୍ ରେ ରହୁଥିବା ଏହି କପଲ୍ ଆବେଦନ ଜରିଆରେ ସୁରକ୍ଷା ମାଗିଥିଲେ । ଏହି ଦୁଇଜଣଙ୍କ ବୟସ ୧୮ ବର୍ଷରୁ ଅଧିକ । ଏଥିରେ ଯୁବକଙ୍କ ବୟସ ୧୮ ବର୍ଷ, କିନ୍ତୁ ହିନ୍ଦୁ ବିବାହ ଧାରା ଅନୁସାରେ ୨୧ ବର୍ଷ ପୂର୍ବରୁ ସେମାନେ ବିବାହ କରିପାରିବେ ନାହିଁ ।

ଏହି କ୍ରମରେ ଯୁବକ-ଯୁବତୀ ଦୁଇଜଣ ହାଇକୋର୍ଟଠାରୁ ସୁରକ୍ଷାମ ମାଗିଛନ୍ତି । ତାଙ୍କ କହିବା କଥା ଯେ, ସେମାନଙ୍କ ପରିବାର ପକ୍ଷରୁ ବିପଦ ରହିଛି । ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ନେଇ ଅରାଜି ପ୍ରକାଶ କରିଛନ୍ତି । ଦୁଇଜଣଙ୍କୁ ଡର ରହିଛି ଯେ, ପରିବାର ଲୋକେ ସେମାନଙ୍କୁ ଜୀବନରୁ କାଳେ ମାରିଦେବେ ।

 

Get real time updates directly on you device, subscribe now.