fbpx
BJD SKY
BJD SKY

ବ୍ରିଟେନରେ ୧୨ ଓମିକ୍ରନ୍ ସଂକ୍ରମିତ ମୃତ, କ୍ରିସମସ୍ ପରେ ଦେଶବ୍ୟାପୀ ଲାଗିପାରେ ଲକଡାଉନ୍

BJD

ଲଣ୍ଡନ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ଏବେସୁଦ୍ଧା ୯୨ଟି ଦେଶରେ ବ୍ୟାପିଯାଇଛି । ୟୁରୋପର ଅଧିକାଂଶ ଦେଶରେ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ରୋଗୀ ରହିଛନ୍ତି । ଅନ୍ୟପଟେ ବ୍ରିଟେନ୍ ରେ ଓମିକ୍ରନ୍ ମାମଲା ଗୋଟିଏ ଦିନରେ ୧୨ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛନ୍ତି । ଖାଲି ସେତିକି ନୁହେଁ ଏବେ ସୁଦ୍ଧା ଓମିକ୍ରନ୍ ରେ ୧୨ ଜଣଙ୍କର ଓମିକ୍ରନରେ ମୃତ୍ୟୁ ହୋଇସାରିଲାଣି । ସେହିପରି ୧୦୪ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ଭିତରେ ୟୁରୋପୀୟ ଦେଶରେ ଓ ନେଦରଲ୍ୟାଣ୍ଡରେ ଲକଡାଉନ୍ ଲାଗୁ ହୋଇଯାଇଛି ।

ଦେଶରେ ଗୋଟିଏ ଦିନରେ ୧୨,୧୩୩ ମାମଲା ସାମନାକୁ ଆସିବା ପରେ ବ୍ରିଟିଶ୍ କ୍ୟାବିନେଟ୍ ସୋମବାର ଲକଡାଉନ୍ କରିବା ନେଇ ଚିନ୍ତା କରୁଛନ୍ତି । ବ୍ରିଟେନ୍ ରେ ଓମିକ୍ରନ୍ ମାମଲା ଏବେ ସୁଦ୍ଧା ୩୭ହଜାର ୧୦୧ ଟି ମାମଲା ଚିହ୍ନଟ ହୋଇସାରିଛି । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି ।

Get real time updates directly on you device, subscribe now.