fbpx
BJD SKY
BJD SKY

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୩.୫ କୋଟି ରାଶନ କାର୍ଡଧାରୀଙ୍କୁ ମିଳିବ ୧ ହଜାର କୋଭିଡ୍ ସହାୟତା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ଏହା ପୂର୍ବରୁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ୩.୫ କୋଟି ରାଶନକାର୍ଡଧାରୀଙ୍କୁ ୧ ହଜାର ଟଙ୍କାର କୋଭିଡ୍ ସହାୟତା ପ୍ରଦାନ କରିବେ ସରକାର । ତେବେ ଏପରି ଭାବେ ସରକାର ମୋଟ ୩୫୦୦ କୋଟି ଟଙ୍କା ବ୍ୟୟ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍ (ଏସଏଫଏସଏସ) ଅଧୀନରେ ଯୋଗ୍ୟ ହିତାଧିକାରୀମାନେ ଏଥିରେ ଉପକୃତ ହୋଇପାରିବେ ।

ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ୩୦ଟି ଜିଲ୍ଲାର ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଅର୍ଥ ପଠାଯିବ । ଏହି ବିତରଣ ପ୍ରକ୍ରିୟା ଆରମ୍ଭ ହୋଇ ୭ ଦିନ ମଧ୍ୟରେ ସମାପ୍ତ ହେବ । ତେବେ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଡକୁ ପ୍ରାଥମିକ ପରିଚୟ ପତ୍ର ଭାବେ ଗ୍ରହଣ କରାଯିବ । ବିଏସକେୱାଇ କାର୍ଡ ନଥିଲେ,  ଏନଏଫଏସଏ ଓ ଏସଏଫଏସଏସ କାର୍ଡକୁ ପରିଚୟ ପତ୍ର ଭାବେ ଗ୍ରହଣ କରାଯିବ । ତେବେ ଦୈନିକ ଅର୍ଥ ବିତରଣର ରିପୋର୍ଟ ବିଭାଗୀୟ ହ୍ୱାଟସଆପ ଗ୍ରୁପ, ଇ-ମେଲକୁ ପଠାଇବାକୁ ଚିଫ୍ ସିଭିଲ ସପ୍ଲାଏଜ୍ ଅଫିସର୍ସ/ ସିଭିଲ ସପ୍ଲାଏଜ ଅଫିସର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.