fbpx

୨୨ ବର୍ଷ ପରେ ଫେରୁଛି ଗଦର:ଏକ ପ୍ରେମ କଥା

ମୁମ୍ବାଇ : ଫିଲ୍ମ ଦୁନିଆକୁ ପୁଣି ଫେରୁଛି ଗଦର : ଏକ ପ୍ରେମ କଥା ,ଏହା ସନି ଦେୱଲଙ୍କର ସୁପର ହିଟ ଫିଲ୍ମରେ ଗଣତି ହେବାକୁ ଯାଉଛି । ୨୦୦୧ ମସିହା ପ୍ରଥମେ ଯେତେବେଳେ ଗଦର ଫିଲ୍ମଟି ଆସିଥିଲା ,ସେହି ସମୟରେ ଦର୍ଶକ ମାନଙ୍କ ହୋଷ ଉଡ଼େଇ ଦେଇଥିଲା ଏବଂ ଏହି ଫିଲ୍ମଟି ବହୁ ସମୟ ପର୍ଯ୍ୟନ୍ତ ଚର୍ଚ୍ଚାରେ ଥିଲା । ଏହି ଫିଲ୍ମଟି ଦର୍ଶକ ମାନଙ୍କୁ ପ୍ରେରଣା ମଧ୍ୟ ଦେଉଥିଲା । ସେହି ଭଳି ଏହି ଚଳଚିତ୍ରରେ ମଧ୍ୟ ଦର୍ଶକଙ୍କ ପସନ୍ଦର ଅଭିନେତା ସନି ଦେୱଲ ଓ ଅଭିନେତ୍ରୀ ଅମିଷା ପଟେଲ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି କିନ୍ତୁ ଏବେ କିଛି ଅନୂଭବକୁ ନେଇ ।
ସନି ଦେୱଲ ଖବର ସେୟାର କରି କହିଛନ୍ତି ଯେ କିଛି ନୂଆ ଅନୁଭବକୁ ନେଇ ଦ୍ୱିତୀୟ ଥର ଫେରୁଛୁ ,୯ଜୁନ ସୁଧା । ଧମାକାଦାର ପ୍ରବେଶ ସହିତ ଡଲବି ଅଟମସ ଧ୍ୱନିରେ ରିଲିଜ ହେବ । ଆସନ୍ତାକାଲି ଫିଲ୍ମର ଟ୍ରେଲର ପରଦାକୁ ଆସୁଛି , ତେଣୁ ଦର୍ଶକ ମାନଙ୍କୁ ଁ ଉସ୍ରାହର ସହ ଅପେକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି ଆକ୍ସନ ଷ୍ଟାର ସନି । ସୂଚନା ଯେ ଏହି ଫିଲ୍ମରେ ଗଦର ୨ର ମଧ୍ୟ କିଛି ଝଲ୍ଲକ ଦେଖିବାକୁ ମିଳିବ ,ଏହା ମଲ୍ଟିପ୍ଲେକ୍ସ ସିନେମା ସହିତ ଏକକ ପରଦାରେ ମଧ୍ୟ ପ୍ରକାଶ ପାଇବ ।
୧୯୭୧ ମସିହାରେ ରିଲିିଜ ହୋଇଥିବା ଫିଲ୍ମଟି ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଭାଗ ଓ ଲଢେଇକୁ ନେଇ ହୋଇଥିଲା । କହିବାକୁ ଗଲେ ‘ଗଦର ୨’ର ମଧ୍ୟ ସୁଟିଙ୍ଗ ସରିଯାଇଛି, ଚଳଚ୍ଚିତ୍ର ନିଜର ପୋଷ୍ଠ ପ୍ରୋଡ଼କସନ ମଞ୍ଚ ଉପରେ ଅଛି ଏବଂ ଏହାର ରିଲିିଜ ତାରିଖ ମଧ୍ୟ ସାମ୍ନାକୁ ଆସିଯାଇଛି । କିଛି ଦିନ ପୂର୍ବରୁ ହିଁ ସନି ଘୋଷଣା କରି କହିଥିଲେ ଯେ ୧୧ଅଗଷ୍ଠରେ ଥିଏଟର୍ସରେ ରିଲ୍ଲିଜ ହେବ ଗଦର ୨ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନିଲ ଶର୍ମା ।

Get real time updates directly on you device, subscribe now.