fbpx
BSKY
BJD SHG SKY
BJD YOUTH SKY

GAIL Recruitment:୧୨୦ ପଦବୀ ପାଇଁ ବାହାରିଲା ନିଯୁକ୍ତି, ମାସକୁ ମିଳିବ ୬୦,୦୦୦ ଟଙ୍କା ଦରମା

ନୂଆଦିଲ୍ଲୀ:ସିନିୟର ଆସୋସିଏଟ୍ ଏବଂ ଜୁନିଅର ଆସୋସିଏଟ୍ ର ୧୨୦ ପଦବୀ ନିଯୁକ୍ତି ପାଇଁ ଗେଲ୍ ଗ୍ୟାସ୍ ଲିମିଟେଡ୍ (GAIL) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଏଥି ପାଇଁ ମାର୍ଚ୍ଚ ୧୭ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆଗ୍ରହୀ ପ୍ରାର୍ଥୀମାନେ gailgas.com ରେ ଅନଲାଇନରେ ଆବେଦନ କରିପାରିବେ ।

ଏହାପୂର୍ବରୁ, ମାର୍ଚ୍ଚ ୧୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାର ଥିଲା, ତଥାପି ବୈଷୟିକ କାରଣରୁ ମାର୍ଚ୍ଚ ୧୭ ରେ ଅନଲାଇନ୍ ଆବେଦନ ଦାଖଲ ସୁବିଧା ଉପଲବ୍ଧ ହେବ ।ଏକାସାଙ୍ଗରେ, ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୧୦ ଏପ୍ରିଲ ୨୦୨୩ ।

ତେବେ ଆଗ୍ରହୀ ପ୍ରାର୍ଥୀମାନେ GAIL ର ଅଫିସିଆଲ୍ ୱେବସାଇଟ୍ gailgas.com ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ:
ଜେନେରାଲ୍, ଇଡବ୍ଲୁଏସ୍ ଏବଂ ଓବିସି (ଏନସିଏଲ୍) ବର୍ଗର ପ୍ରାର୍ଥୀଙ୍କୁ ଏହି ପଦବୀ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। ଯେତେବେଳେ ଏହି ପଦବୀ ପାଇଁ SC / ST / PWBD ବର୍ଗ ପ୍ରାର୍ଥୀମାନେ ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଦରମା : ତେବେ ଏହି ପଦବୀରେ ନିଯୁକ୍ତି ମିଳିବ ପରେ ଆପଣ
ସିନିୟର ଆସୋସିଏଟ୍ – ୬୦,୦୦୦ ଟଙ୍କା
ଜୁନିଅର ଆସୋସିଏଟ୍ – ୪୦,୦୦୦ ଟଙ୍କା ପାଇବେ ।

Get real time updates directly on you device, subscribe now.