fbpx

ଖୁସି ଖବର! ଏଣିକି ପେନସନ ମିଳିବ ଅଧିକ: ଜାଣନ୍ତୁ କିପରି ହେବେ ଲାଭବାନ୍

ନୂଆଦିଲ୍ଲୀ: ଏଣିକି କର୍ମଚାରୀମାନଙ୍କୁ ମିଳିବ ଅଧିକ ପେନସନ । ଏଥିପାଇଁ କର୍ମଚାରୀମାନଙ୍କ ଆବେଦନ ଗ୍ରହଣ କରିବାର ସମୟସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଏହା ମାର୍ଚ୍ଚ ୩ ତାରିଖ ରହିଥିବା ବେଳେ ବର୍ତ୍ତମାନ ମେ ୩ ତାରିଖ ପର୍ଯ୍ୟନ୍ତ ପେନସନ ପାଇଁ ଆବେଦନ କରିପାରିବେ କର୍ମଚାରୀ । ତେବେ ୨୦୧୪ ସେପ୍ଟେମ୍ବର ମାସ ପୂର୍ବରୁ ଅବସର ଗ୍ରହଣ କରିଥିବା କର୍ମଚାରୀମାନେ ହିଁ ଏଥିପାଇଁ ଆବେଦନ କରିପାରିବେ । ଏ ନେଇ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କର୍ମଚାରୀ ପେନସନ ଯୋଜନା,୧୯୯୫(ଇପିଏସ-୧୯୯୫) ଅଧୀନରେ ଏଣିକି ଅଧିକ ପେନସନ ପାଇପାରନ୍ତି ଯୋଗ୍ୟ କର୍ମଚାରୀ । କର୍ମୀ ତଥା ୟୁନିଅନ ଅଫ୍ ୱାର୍କର୍ସର ଚେୟାରମ୍ୟାନଙ୍କ ଦାବି ଅନୁଯାୟୀ, କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବେଦନ କରିବା ପାଇଁ ସମୟସୀମାରେ ବୃଦ୍ଧି କରିଛି । ଇବପିଏଫଓର ୟୁନାଇଟେଡ ମେମ୍ବର୍ସ ପୋର୍ଟାଲ ମାଧ୍ୟମରେ ଆପଣ ଆବେଦନ କରିପାରିବେ । ଗତବର୍ଷ ନଭେମ୍ବର ୪ ତାରିଖରେ ଜାରି ହୋଇଥିବା ଆଦେଶରେ କୁହାଯାିଛି ଯେ, ଇବପିଏଫଓର ସମସ୍ତ ଉପଭୋକ୍ତାଙ୍କୁ ଅଧିକ ପେନସନ ପାଇବା ପାଇଁ ୪ ମାସର ଆବେଦନ ସମୟ ଦେବା ଆବଶ୍ୟକ । ତେବେ ଏହି ଅବଧି ମାର୍ଚ୍ଚ ୩ ତାରିଖରେ ଶେଷ ହେବାକୁ ଥିବା ବେଳେ ବର୍ତ୍ତମାନ ଏହି ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଏଥିପାଇଁ କର୍ମଚାରୀମାନଙ୍କୁ ଅଧିକାଂଶ ସମୟରେ ଲଗାତାର ଦାବି କରି ଆସୁଥିଲେ ।

ତେବେ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଆପଣ ନିକଟସ୍ଥ ଇପିଏଫଓ କାର୍ଯ୍ୟାଳୟରେ ପହଞ୍ଚନ୍ତୁ । ସେଠାରେ ନିଜର ଆବଶ୍ୟକୀୟ ତଥ୍ୟ ଏବଂ ଆପ୍ଲିକେସନ ପୂରଣ କରି ଡିପୋଜିଟ କରନ୍ତୁ । ବର୍ତ୍ତମାନ ଇପିଏସରେ କଣ୍ଟ୍ରିବ୍ୟୁସନ ପାଇଁ କର୍ମଚରେୀଙ୍କ ମାସିକ ସାଲାରୀ ୧୫,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ତେବେ ଯଦି ଆପଣଙ୍କ ଦରମା ୫୦,୦୦୦ଟଙ୍କା ହୋଇଥାଏ, ତେବେ ୧୫,୦୦୦ ଟଭ୍କାର ଦରମା ଅନୁସାରେ ୧୨୫୦ ଟଙ୍କା ହେଉଛି ଆପଣଙ୍କ ଇପିଏସର ଅବଦାନ

Get real time updates directly on you device, subscribe now.