fbpx

ରଥଯାତ୍ରା ବନ୍ଦକୁ ନେଇ ଗଜପତିଙ୍କ ପ୍ରତିକ୍ରିୟା

ପୁରୀ, ୧୮ା୬(ଓଡ଼ିଶା ଭାସ୍କର): ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିବ । କିନ୍ତୁ ସୁପ୍ରିମକୋର୍ଟ ଯାହା ରାୟ ଶୁଣାଇଛନ୍ତି ସମସ୍ତେ ତାହା ମାନିବାକୁ ବାଧ୍ୟ । କୋଭିଡ଼ ପରିସ୍ଥିତିରେ ରଥଯାତ୍ରା ସମ୍ଭବ ହେବନାହିଁ । କୋର୍ଟଙ୍କ ରାୟ ପରେ ବଡ଼ଦାଣ୍ଡରେ ରଥଯାତ୍ରା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ମନ୍ଦିର ଭିତରେ ରଥଯାତ୍ରା ନେଇ କଣ ନୀତିକାନ୍ତି କରାଯିବ ସେନେଇ ଆଲୋଚନା କରାଯିବ । ଶଙ୍କରାଚାର୍ଯ୍ୟ ପରାମର୍ଶ ଅନୁଯାୟୀ ପରବର୍ତ୍ତୀ ନୀତିକାନ୍ତି ସ୍ଥିର ହେବ । ଏଥିସହିତ ପରିଚାଳନା କମିଟିରେ କୋର୍ଟଙ୍କ ରାୟକୁ ନେଇ ଆଲୋଚନା କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ । ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ ମଧ୍ୟ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । କରୋନା ସଙ୍କଟ ବେଳେ ଲୋକ ଏକାଠି ହେବା ଉପରେ ମଧ୍ୟ ରୋକ ଲଗାଯାଇଛି । ଜନସ୍ୱାସ୍ଥ୍ୟ ଓ ନାଗରିକ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟ ଏହିପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି ।

Get real time updates directly on you device, subscribe now.