fbpx

ପାକିସ୍ତାନକୁ କଡା ଜବାବ୍: ୪ ସୈନିକଙ୍କୁ ମୃତ୍ୟୁର ଦ୍ୱାର ଦେଖାଇଲେ ଭାରତୀୟ ଯବାନ

ଶ୍ରୀନଗର,୧୮ ।୬: ଭାରତ-ଚୀନ୍ ମଧ୍ୟରେ ବିବାଦ ମଧ୍ୟରେ ଏବେ ଏଲଓସିରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ପାକିସ୍ତାନୀ ସେନାକୁ କଡା ଜବାବ୍ ଦେଇଛନ୍ତି ଭାରତୀୟ ଯବାନ । ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ତାନର ୪ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି । ଏହା ସହ ଏକ ଡଜନରୁ ଅଧିକ ସୈନ୍ୟ ଗୁରୁତର ଆହତ ହୋଇଛନ୍ତି ।

ଏଥି ସହ ଭାରତୀୟ ଯବାନମାନେ ପାକିସ୍ତାନର ଅନେକ ପୋଷ୍ଟକୁ ଧ୍ୱଂସ କରିଦେଇଛନ୍ତି । ଗତକାଲି ରାତିରେ ଭାରତୀୟ ସେନା ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା । ପାକିସ୍ତାନ ଗୁଳିର ଜବାବ ଦେବାକୁ ଯାଇ ଭାରତ ପିଓକେର ଭୀମବାର, ନୀଲମ ଓ ନକୟାଲ ସେକ୍ଟରରେ ପାକିସ୍ତାନର ଅନେକ ପୋଷ୍ଟ ଉଡାଇ ଦେଇଥିଲେ । ଭାରତୀୟ ସେନାର କଡା ଜବାବ ପରେ ଅନେକ ପାକିସ୍ତାନୀ ସେନା ପୋଷ୍ଟ ଛାଡି ପଳାୟନ କରିଛନ୍ତିି ।

Get real time updates directly on you device, subscribe now.