fbpx

୪୫୨ ବର୍ଷ ଇତିହାସରେ ୩୨ଥର ବନ୍ଦ ହୋଇଥିଲା ରଥଯାତ୍ରା, ଜାଣନ୍ତୁ କେଉଁ ବର୍ଷ ଓ କାହିଁକି

ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ ବୋଲି ସୂଚନା ମିଳିଛି । ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ ମଧ୍ୟ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । କରୋନା ସଙ୍କଟ ବେଳେ ଲୋକ ଏକାଠି ହେବା ଉପରେ ମଧ୍ୟ ରୋକ ଲଗାଯାଇଛି । ଜନସ୍ୱାସ୍ଥ୍ୟ ଓ ନାଗରିକ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟ ଏହିପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ସେହିପରି ପୂର୍ବରୁ ମଧ୍ୟ ବହୁତ ଥର ରଥଯାତ୍ରା ବନ୍ଦ ହୋଇଥିଲା । ଜାଣନ୍ତୁ କେଉଁ ବର୍ଷ ଓ କାହିଁକି ରଥଯାତ୍ରା ବନ୍ଦ କରାଯାଇଥିଲା ।


୪୫୨ ବର୍ଷର ଇତିହାସରେ ୩୨ଥର ପାଇଁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ କରାଯାଇଥିଲା ।
୧୫୬୮ରୁ ୧୫୭୭ ଖ୍ରୀଷ୍ଟାଦ୍ଧ ଯାଏଁ ପୁରୀରେ ରଥଯାତ୍ରା ବନ୍ଦ ଥିଲା । କାରଣ କଳାପାହାଡ଼ ଆକ୍ରମଣ ଯୋଗୁଁ ଚିଲିକା ନିକଟରେ ଶ୍ରୀଜିଉ ପାତାଳି ଥିଲେ ।
୧୬୦୧ ଖ୍ରୀଷ୍ଟାଦ୍ଦରେ ଘୋଷଯାତ୍ରା ବନ୍ଦ ରହିଥିଲା । କାରଣ ମିର୍ଜା ଖୁରୁମ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । କପିଳେଶ୍ୱର ଶାସନ ଗ୍ରାମରେ ଅବସ୍ଥାନ କରୁଥିଲେ ବିଗ୍ରହ ।
୧୬୦୭ ଖ୍ରୀଷ୍ଟାଦ୍ଦରେ ମଧ୍ୟ ରଥଯାତ୍ରା ବନ୍ଦ ହୋଇଥିଲା । ସୁବେଦାର ହାସିମ ଖାନ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା ।
୧୬୦୮ ଖ୍ରୀଷ୍ଟାଦ୍ଦ ବାହୁଡ଼ା ବିଜେରେ ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ ଶ୍ରୀଜିଉ ।
୧୬୧୧ ଖ୍ରୀଷ୍ଟାଦ୍ଦରେ ରଥଯାତ୍ରା ହୋଇପାରି ନଥିଲା । କଲ୍ୟାଣ ମଲ୍ଲ ଶ୍ରୀମନ୍ଦିର ଉପରେ ବର୍ବର ଆକ୍ରମଣ କରିଥିଲା । ଠାକୁରମାନଙ୍କୁ ଜଳପଥରେ ଚିଲିକାର ଚକାନାସି ସ୍ଥାନାନ୍ତର କରାଯାଇଥିଲା ।
୧୬୧୭ ଖ୍ରୀଷ୍ଟାଦ୍ଦରେ କଲ୍ୟାଣ ମଲ୍ଲ ଦ୍ୱିତୀୟ ଥର ପାଇଁ ପୁଣିଥରେ ଆକ୍ରମଣ କରିଥିଲା । ଫଳରେ ୧୬୧୭ ଖ୍ରୀଷ୍ଟାଦ୍ଦରେ ରଥଯାତ୍ରା ହୋଇନଥିଲା ।
୧୬୨୧ ଖ୍ରୀଷ୍ଟାଦ୍ଦରେ ସୁବେଦାର ଅହମ୍ମଦ ବେଗ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ଫଳରେ ଆଗାମୀ ୨ବର୍ଷ ଧରି ରଥଯାତ୍ରା ହୋଇପାରି ନଥିଲା । ଏହାସହ ଶ୍ରୀଜିଉଙ୍କୁ ଅନ୍ଧାରୀ ଘରକୁ ସ୍ଥାନାନ୍ତର କରାଯାଇନଥିଲା ।
୧୬୯୨ ଖ୍ରୀଷ୍ଟାଦ୍ଦରେ ସୁବେଦାର ଏକ୍ରାମ ଖାଁ ଶ୍ରୀମନ୍ଦିର ଆକ୍ରମଣ କରିଥିଲା । ୧୬୯୨ରୁ ୧୭୦୬ ଯାଏଁ ୧୫ବର୍ଷ ଧରି ଶ୍ରୀଜିଉଙ୍କ ଶ୍ରୀମନ୍ଦିର ବାହାରେ ଅବସ୍ଥାନ କରିଥିଲେ । ୧୫ବର୍ଷରୁ ୧୩ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା ।
୧୭୭୧ ଖ୍ରୀଷ୍ଟାଦ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସେହିବର୍ଷ ପୁରୀରେ ରଥଯାତ୍ରା ହୋଇପାରିନଥିଲା ।
୧୭୩୩ ଖ୍ରୀଷ୍ଟାଦ୍ଦରେ ୨ୟ ଥର ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ୧୭୩୩, ୧୭୩୪ ଓ ୧୭୩୫ ଯାଏଁ ରଥଯାତ୍ରା ବନ୍ଦ ରହିଥିଲା ।

Get real time updates directly on you device, subscribe now.