fbpx

ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର

ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧରଙ୍କ ସହ ପତ୍ନୀ ହେମା ଏବଂ ପୁଅ ଶିଶିର ବି ଫେରିଲେ ।ଦିଲ୍ଲୀରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର । ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହେଲେ । ଗତ ୧୪ ତାରିଖ ଦିନ ଗିରିଧର ଗମାଙ୍ଗ ନିଜ ପରିବାର ସହ ନୂଆଦିଲ୍ଲୀରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଥିଲେ ।

ଦଳର ମୁଖ୍ୟାଳୟରେ କୋଷାଧ୍ୟକ୍ଷ ଅଜୟ ମାକେନଙ୍କ ଉପସ୍ଥିତିରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗମାଙ୍ଗ ପରିବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ସମେତ ଆଗଧାଡିର ଅନେକ ନେତାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ବରିଷ୍ଠ ନେତାମାନେ ଦଳରେ ଯୋଗଦେବା ପରେ କଂଗ୍ରେସ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଅଧିକ ସଂଗଠିତ ହୋବ ବୋଲି ପ୍ରଭାରୀ ଅଜୟ କୁମାର କହିଛନ୍ତି ।

Get real time updates directly on you device, subscribe now.