fbpx
BJD
BJD SKY
BJD SKY

Asia Cup-2023 ଦଳରେ ସାମିଲ ହେଲେ ଗମ୍ଭୀର-ହରଭଜନ: ପାକିସ୍ତାନ ବିପକ୍ଷରେ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ପ୍ରଥମ ମ୍ୟାଚ ପାକିସ୍ତାନ-ନେପାଳ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ସମସ୍ତ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଏସିଆ କପକୁ ନେଇ ଏକ ବଡ଼ ଖବର ଜାଣିବାକୁ ମିଳିଛି । ଏହି ଟୁର୍ଣର୍ାମେଣ୍ଟରେ ସାମିଲ ହେବାକୁ ଯାଉଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ଏବଂ ହରଭଜନ ସିଂହ । ଉଭୟ ସୁପରଷ୍ଟାରଙ୍କୁ ଏସିଆ କପ୍ ପାଇଁ ଦଳରେ ସାମିଲ କରାଯାଇଛି ।

ତେବେ ଗୌତମ ଗମ୍ଭୀର ଏବଂ ହରଭଜନ ସିଂହଙ୍କୁ ଏସିଆ କପ୍ ପାଇଁ କମେଣ୍ଟ୍ରି ପ୍ୟାନେଲରେ ସାମିଲ କରାଯାଇଛି । ଏ ନେଇ ଷ୍ଟାର ସ୍ପୋର୍ଟସ ତରଫରୁ ଏକ ଲିଷ୍ଟ ଜାରି କରାଯାଇଛି । ଟ୍ୱିଟର ଆକାଉଣ୍ଟରେ ଏସିଆକପ୍ ର କମେଣ୍ଟ୍ରେଟର ମାନଙ୍କ ତାଲିକା ପ୍ରକାଶ କରିଛି ଷ୍ଟାର ସ୍ପୋର୍ଟସ । ଏହି ତାଲିକାରେ ରବି ଶାସ୍ତ୍ରୀ, ଗୌତମ ଗମ୍ଭୀର ଏବଂ ହରଭଜନ ସିଂହଙ୍କ ଭଳି ଷ୍ଟାର ଖେଳାଳି ସ୍ଥାନ ପାଇଛନ୍ତି । ସେହିପରି ପାକିସ୍ତାନ ତରଫରୁ ୱାସିମ ଆକ୍ରମ, ୱକାର ୟୁନିସ ସମେତ ଅନ୍ୟ କ୍ରିକେଟରମାନେ ମଧ୍ୟ କମେଣ୍ଟ୍ରି କରୁଥିବାର ନଜର ଆସିବେ । ଏହାବ୍ୟତୀତ ଜିମ୍ବାୱେର ପୂର୍ବତନ କ୍ରିକେଟର ଏଣ୍ଡି ଫ୍ଲାୱାର ଏହି ଟୁର୍ଣ୍ଣାମେଣ୍ଟରେ କମେଣ୍ଟ୍ରି ବକ୍ସରେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ତେବେ ଏହି ପ୍ୟାନେଲରେ ଭାରତର ଲୋକପ୍ରିୟ କମେଣ୍ଟ୍ରେଟର ଏସିଆ କପ୍ ରେ ସ୍ଥାନ ପାଇ ନାହାନ୍ତି ।

ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏସିଆ କପ୍ କମେଣ୍ଟ୍ରି ପ୍ୟାନେଲରୁ ବାଦ୍ ପଡ଼ିଛନ୍ତି । ଦୀର୍ଘ ବର୍ଷରୁ ଷ୍ଟାର ସ୍ପୋର୍ଟସ ସହିତ ଯୋଡ଼ି ହୋଇ ରହିଥିଲେ ଆକାଶ । କିନ୍ତୁ ଚଳିତବର୍ଷ ଜାନୁୟାରୀରେ ସେ ଷ୍ଟାର ସ୍ପୋର୍ଟସ ଛାଡ଼ି ଜିଓ ସିନେମା ଏବଂ ସ୍ପୋର୍ଟସ୧୮ ସହ ଚୁକ୍ତି କରିଛନ୍ତି । ତେଣୁ ଆସନ୍ତା ଏସିଆ କପରେ ସେ କମେଣ୍ଟ୍ରି ପ୍ୟାନେଲରେ ସ୍ଥାନ ପାଇନାହାନ୍ତି ।

Asia Cup-2023 ପାଇଁ କମେଣ୍ଟ୍ରି ପ୍ୟାନେଲ: ରବି ଶାସ୍ତ୍ରୀ, ଗୌତମ ଗମ୍ଭୀର, ହରଭଜନ ସିଂହ, ଇରଫାନ ପଠାନ, ପିୟୁଷ ଚାୱଲା, ସଞ୍ଜୟ ବାଙ୍ଗର, ସଞ୍ଜୟ ମାଞ୍ଜରେକର, ଦୀପ ଦାସଗୁପ୍ତା, ମହମ୍ମଦ କୈଫ, ଆଦିତ୍ୟ ତାରେ, ରଜତ ଭାଟିଆ, ମାଥ୍ୟୁ ହେଡେନ, ଡେମିନିକ କର୍କ, ଏଣ୍ଡି ଫ୍ଲାୱାର, ୱାସିମ ଆକ୍ରମ, ୱକାର ୟୁନୁସ, ଆମିର ସୋହେଲ, ୱାଜିଦ ଖାନ୍ ।

Get real time updates directly on you device, subscribe now.