ନୂଆଦିଲ୍ଲୀ: ‘ପୁଷ୍ପା-୨: ଦ ରୁଲ୍’ର ପ୍ରିମିୟର ସମୟରେ ଅଲ୍କୁ ଅର୍ଜୁନଙ୍କ ଜଣେ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା। ତା’ର ଏକ ମାସ ପରେ ରାଜମହେନ୍ଦ୍ରୀରେ ରାମ ଚରଣ ସିଂହଙ୍କ ଆଗାମୀ ଚଳଚ୍ଚିତ୍ର ‘ଗେମ୍ ଚେଞ୍ଜର’ର ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଦୁଇ ଜଣ ରାମ ଚରଣ ପ୍ରଶଂସକଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଫିଲ୍ମର ପ୍ରଯୋଜକ ଦିଲ ରାଜୁ ଦୁଇ ମୃତକଙ୍କ ପରିବାରକୁ ମୋଟ ୧୦ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, କାକିଣ୍ଡାର ଗାଇଗୋଲୁପାଡୁର ଆରାବା ମଣିକାନ୍ତ ଓ ଥୋକଡା ଚରଣ ନାମକ ଦୁଇ ପ୍ରଶଂସକ ଶନିବାର ରାତିରେ ରାଜମହେନ୍ଦ୍ରବରମରେ ଆୟୋଜିତ ‘ଗେମ୍ ଚେଞ୍ଜର’ର ପ୍ରି-ରିଲିଜ୍ ଇଭେଣ୍ଟରେ ଯୋଗ ଦେଇ ମୃତ୍ୟୁବରଣ କରିଛନ୍ତି। ସେମାନେ ସାଙ୍ଗମାନଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |
ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେମାନଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି। ଗେମ୍ ଚେଞ୍ଜରର ପ୍ରଯୋଜକ ଦିଲ ରାଜୁ ସୋମବାର ଗଣମାଧ୍ୟମ ସହ କଥା ହୋଇ ଦୁଇ ପ୍ରଶଂସକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ୧୦ ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି ।
Producer #DilRaju garu announced ₹10 lakhs and assured support to the families of the two individuals Aarava Manikanta & Thokaada Charan who tragically lost their lives in the accident following the #GameChanger event. Our deepest condolences to their loved ones in this…
— Sri Venkateswara Creations (@SVC_official) January 6, 2025
ଏହି କଠିନ ସମୟରେ ସେମାନଙ୍କ ପ୍ରିୟଜନଙ୍କ ନଙ୍କ ପ୍ରତି ରାଜୁ ଗଭୀର ସମବେଦନା ଜଣାଇଛନ୍ତି । ଗେମ୍ ଚେଞ୍ଜର ଜାନୁଆରି ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କ କରିବ ଏବଂ ରାଜମହେନ୍ଦ୍ରୀରେ ଚଳଚ୍ଚିତ୍ରର ପ୍ରିରିଲିଜ୍ କାର୍ଯ୍ୟକ୍ରମରେ ଉଭୟ ରାମ ଓ ପୱନଙ୍କ ବହୁ ପ୍ରଶଂସକ ଯୋଗ ଦେଇଥିଲେ ।